Latest Odisha News

ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଅମିତଙ୍କୁ ସାଇ ଇଂଟରନ୍ୟାଶନାଲରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗୌରବାନ୍ୱିତ କରିଛି । ଓଡିଶାର ଅମିତ ରୋହୀଦାସ ଏହି ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ଥିଲେ । ଭୁବନେଶ୍ୱରର ସାଇ ଇଂଟରନ୍ୟାଶନାଲରେ ଅମିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଛାତ୍ରଛାତ୍ରୀଙ୍କ ନିକଟରେ ଅମିତ ତାଙ୍କ ଅଭିଜ୍ଞତା ଶେୟାର କରିଥିଲେ । ଅମିତଙ୍କ ଉପସ୍ଥିତି ଛାତ୍ରମାନଙ୍କୁ ପ୍ରେରଣା ଯୋଗାଇଥିଲା । ଅମିତ ମଧ୍ୟ ସାଇ ଇଂଟରନ୍ୟାଶନାଲରେ ସମ୍ମାନିତ ହେବା ଗର୍ବର ବିଷୟ ବୋଲି କହିଥିଲେ । ଏଠାରେ ଅନେକ ପ୍ରତିଭାବାନ ଓ ମେଧାବୀ ଛାତ୍ର ଛାତ୍ରୀ ଅଛନ୍ତି ।

କେବଳ କ୍ରୀଡା ନୁହେଁ ସବୁ କ୍ଷେତ୍ରରେ ମନପ୍ରାଣ ଦେଇ ଉଦ୍ୟମ କଲେ ସଫଳତା ହାତରେ ଲାଗିବ ବୋଲି ଅମିତ କହିଥିଲେ । ସାଇ ଇଂଟରନ୍ୟାଶନାଲର ଚେୟାରପର୍ସନ ଶିଳ୍ପୀ ସାହୁ ମଧ୍ୟ ହକିରେ ଅମିତଙ୍କ ଯୋଗଦାନ ଆମକୁ ଗର୍ବିତ କରିଛି । ସେ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ସାଇ ଇଂଟରନ୍ୟାଶନାଲ ସର୍ବଦା ପ୍ରତିଷ୍ଠିତ ଆଥଲେଟଙ୍କୁ ସମ୍ମାନୀତ କରିଥାଏ । ଏହା ଦ୍ୱାରା ଛାତ୍ର ଛାତ୍ରୀମାନେ ଆଗକୁ ବଢ଼ିବା ପ୍ରେରଣା ପାଇଥାନ୍ତି ବୋଲି କହିଥିଲେ ।

Comments are closed.