Latest Odisha News

BREAKING NEWS

ସାଈ ସୁଦର୍ଶନ ଆଘାତପ୍ରାପ୍ତ, ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେନି

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ସାଈ ସୁଦର୍ଶନ ବିଜୟ ହଜାରେ ଟ୍ରଫି ଖେଳୁଥିବା ଅବସରରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ପ୍ରାରମ୍ଭିକ ଚିକିିତ୍ସା ପରେ ତାଙ୍କୁ ସୁସ୍ଥ ହେବା ପାଇଁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି କୁହାଯାଇଛି । ଅହମ୍ମଦାବାଦରେ ତାମିଲନାଡୁ ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ତାଙ୍କ ଡାହଣ ହାତ ଭାଙ୍ଗିଯାଇଛି । ଡିସେମ୍ବର ୨୯ରେ ସେ ବେଙ୍ଗାଲୁରରେ ଥିବା ସେଂଟର ଅଫ ଏକ୍ସିଲେନ୍ସିରେ ପଂହଚିଥିଲେ । ସେଠାରେ ସ୍କାନ କରାଯିବା ପରେ ତାଙ୍କ ହାତ ଭାଙ୍ଗିଥିବା ଜଣାପଡିଥିଲା ।

ଏବେ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରୁଛନ୍ତି । ୭ରୁ ୧୦ ଦିନ ମଧ୍ୟରେ ତାଙ୍କ ଯନ୍ତ୍ରଣା କମିଯିବ ଏବଂ ସେ ହାଲକା ଅଭ୍ୟାସ କରିପାରିବେ । ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ ହୋଇ ଯାଇଥିବେ ବୋଲି ଅନୁମାନ କରାଯାଉଛି । ସୁଦର୍ଶନ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳୁଛନ୍ତି । ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ହେବା ସତ୍ୱେ ଟିମ ଇଣ୍ଡିଆର ନିୟମିତ ସଦସ୍ୟ ହୋଇପାରୁ ନାହାନ୍ତି । ମିଳିଥିବା ସୁଯୋଗର ସେ ଏ ପର୍ଯ୍ୟନ୍ତ ଭରପୂର ଫାଇଦା ଉଠାଇ ପାରି ନାହାନ୍ତି ।

Leave A Reply

Your email address will not be published.