Latest Odisha News

BREAKING NEWS

ଆହାନ-ଶର୍ବରୀଙ୍କ ଫିଲ୍ମ ‘ବେପରୱାହ’, ୨୦୨୭ ଗୁଡ୍ ଫ୍ରାଇଡେରେ ରିଲିଜ୍

ବ୍ୟୁରୋ: ୟଶରାଜ ଫିଲ୍ମ ବ୍ୟାନର ଆଣୁଛି ରୋମାଂଟିକ ଆକ୍ସନ ଡ୍ରାମା ଫିଲ୍ମ । ଅଲ୍ଲି ଆବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ସୈୟାଁରା ଷ୍ଟାର୍ ଆହାନ୍ ପାଣ୍ଡେ ଓ ଶର୍ବରୀ । ଫିଲ୍ମର ନାଁ ଏବଂ ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଫିଲ୍ମର ନାଁ ରଖାଯାଇଛି ବେପରୱାହ । ଏବଂ ଏହା ଆସନ୍ତା ବର୍ଷ ମାର୍ଚ୍ଚ ୨୬ ଗୁଡ୍ ଫ୍ରାଇଡେରେ ବକ୍ସ ଅଫିସକୁ ଏଂଟ୍ରି ନେବ ବୋଲି କୁହାଯାଇଛି । ରିଲିଜ୍ ଡେଟ୍‌ର ୫ମାସ ପୂର୍ବରୁ ଫିଲ୍ମର ନାଁ ଘୋଷଣା କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରା । ବେପରୱାହ ମାଧ୍ୟମରେ ଆହାନ୍ ଓ ଶର୍ବରୀ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଫିଲ୍ମର ଅଧିକାଂଶ ସିନ୍ ୟୁକେରେ ସୁଟ୍ କରାଯାଇଛି । ଏହି ଫିଲ୍ମ ମାଧ୍ୟମରେ ଅଲ୍ଲି ଆବାସ୍ ଜାଫର ଓ ଚୋପ୍ରା ପଂଚମ ଥର ପାଇଁ ଏକାଠି ଆସୁଛନ୍ତି । ଏହା ପୂର୍ବରୁ ରୋମାଂଟିକ କମେଡି ଫିଲ୍ମ ‘ମେରେ ବ୍ରଦର କି ଦୁଲହନ୍‌’, କ୍ରାଇମ ଡ୍ରାମା ‘ଗୁଣ୍ଡେ’, ‘ସୁଲତାନ୍‌’ ଓ ସ୍ପାଏ ଥ୍ରୀଲର ‘ଟାଇଗର ଜିନ୍ଦା ହେ’ ଭଳି ଫିଲ୍ମ ଦୁହେଁ ଏକାଠି କରିଛନ୍ତି । ଆଉ ସବୁ ଫିଲ୍ମ ବଲିଲଭରଙ୍କୁ ବେଶ ଭଲ ଲାଗିଛି । ସଲମାନଙ୍କ ଅଭିନିତ ସୁଲତାନ୍ ଓ ଟାଇଗର ଜିନ୍ଦା ହେ ବକ୍ସ ଅଫିସରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା । ତେଣୁ ଏହି ରୋମାଂଟିକ୍ ଡ୍ରାମା ଫିଲ୍ମ ବେପରୱାହ ଫିଲ୍ମପ୍ରେମୀଙ୍କୁ ଏକ ନୂଆ ଅନୁଭୂତି ଦେବ ବୋଲି ଆଶା ରଖିଛନ୍ତି ମେକର୍ସ । ଟାଇଗର ଜିନ୍ଦା ହେ ପରେ ଅଲ୍ଲି ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ ଓ ‘ବଡେ ମିୟାଁ ଛୋଟେ ମିୟାଁ’ ପରି ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

ଆହାନ ପାଣ୍ଡେ ମୋହିତ ସୁରୀଙ୍କ ସୌୟାଁରା ଫିଲ୍ମରୁ ବଲିଉଡରେ ପ୍ରବେଶ କରିଥିଲେ । ୟଶ ରାଜ ଫିଲ୍ମସ ବ୍ୟାନରରେ ନିମ ର୍ତ ସଙ୍ଗୀତମୟ ପ୍ରେମ କାହାଣୀ ଉପରେ ଫିଲ୍ମ ଯୁବପିଢୀଙ୍କୁ ଖୁବ ପସନ୍ଦ ଆସିଥିଲା । ୨୦୨୫ର ବଲିଉଡର ସବୁଠୁ ବେଷ୍ଟ ମୁଭି ଥିଲା ସୈୟାଁରା । ଆହାନ୍ ହେଉଛନ୍ତି ଅଭିନେତା ଚଙ୍କି ପାଣ୍ଡେଙ୍କ ପୁତୁରା । ସେହିପରି ଶର୍ବରୀ ୨୦୨୧ରେ ୟଶ ରାଜ ଫିଲ୍ମର ‘ବଂଟି ଔର ବବଲି-୨’ ମାଧ୍ୟମରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାପରେ ୨୦୨୪ରେ ହରର୍ କମେଡି ‘ମୁଂଜ୍ୟା’, ଚଳିତ ଜୁଲାଇରେ ‘ଆଲଫା’ ଫିଲ୍ମରେ ନଜର ଆସିଥିଲେ । ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ବବି ଦେୱଲ, ଶିବସେନା ଦଳର ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ନାତି ଐଶ୍ୱର୍ଯ୍ୟ ଠାକରେ ନଜର ଆସିବେ । ଫିଲ୍ମରେ ଐଶ୍ୱର୍ଯ୍ୟ ନେଗେଟିଭ୍ ରୋଲରେ ନଜର ଆସିବେ ।

Leave A Reply

Your email address will not be published.