Latest Odisha News

BREAKING NEWS

ବଚ୍ଚନ ପାଣ୍ଡେ, ତଡପ ଓ ହୀରୋପନ୍ଥୀ୨ ର ରିଲିଜ ଡେଟ ଘୋଷଣା କଲେ ସାଜିଦ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ୨ ବର୍ଷ ଧରି ରିଲିଜ ହେଇପାରୁ ନ ଥିବା ଫିଲ୍ମଗୁଡିକ ଏବେ ଦର୍ଶକଙ୍କ ସମ୍ମୁଖକୁ ଆଣିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ସାଜିଦ ନାଡିୱାଡୱାଲା ପ୍ରଡକ୍ସନ ହାଉସ । ରବିବାର ଅକ୍ଷୟ କୁମାର ଅଭିନୀତ ବଚ୍ଚନ ପାଣ୍ଡେ, ସୁନୀଲ ସେଟ୍ଟୀଙ୍କ ପୁଅ ଆହାନଙ୍କ ପଦାର୍ପଣ ଫିଲ୍ମ ତଡପ ଓ ଟାଇଗର ଶରଫଙ୍କ ହୀରୋପନ୍ଥୀ ୨ର ରିଲିଜ ଡେଟ ଘୋଷଣା କରାଯାଇଛି ।

ତଡପ ୩ଡିସେମ୍ବରରେ ଏବଂ ବଚ୍ଚନ ପାଣ୍ଡେ ଆସନ୍ତା ବର୍ଷ ମାର୍ଚ୍ଚ ୪ରେ ପରଦାକୁ ଆସିବ । ସେହିପରି ହୀରୋପନ୍ଥୀ ୨ ମେ ୬ରେ ରିଲିଜ ହେବ । ୩ଟି ଯାକ ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.