Latest Odisha News

BREAKING NEWS

୩ଲକ୍ଷର କାଠ ଓ ପଟା ଜବତ;ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିଲେ

କୋମତାଲପେଟା:ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ ବନ କର୍ମଚାରୀ । ଏହି ଚଢାଉରେ ୩ଲକ୍ଷ ଟଙ୍କାର ଶାଳ କାଠ ଓ ପଟା ଜବତ ହୋଇଛି ଓ ୩ଜଣ ଗିରଫ ହୋଇଛନ୍ତି । ରାୟଗଡା ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ଵରେ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ଯାଞ୍ଚ ହୋଇଥିଲା ।

ଏହି ଚଢାଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକ।ଟୀ ଓ ବିବେକ ରାଓ କାଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା ।

କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ , ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ, ପଟା ଓ ବିବେକ ରାଓ କ।ଲାଗାରାଙ୍କ ଘରେ ୫୬ ଗୋଟି ଶାଳ , ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା ।

ସୂଚନାଥାାଉକି,ସେମାନେ କୌଣସି ସଠିକ୍ କାଗଜପତ୍ର ଦେଖାଇ ପାରିନଥିଲେ । ସେମାନେ ସ୍ଵୀକାର କରିଲେ ଯେ, ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିଲେ ।

Comments are closed.