Latest Odisha News

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ସଲୀମାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳର ଘୋଷଣା

ପାଟନା: ବିହାରର ନବ ନିର୍ମିତ ରାଜଗୀର ହକି ଷ୍ଟାଡିୟମରେ ୧୧ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଏସିଆନ ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ । ଏଥିପାଇଁ ସଲୀମା ଟେଟେଙ୍କ ନେତୃତ୍ୱରେ ୧୮ ସଦସ୍ୟା ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ନବନୀତ କୌରଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି । ଗତ ବର୍ଷ ରାଂଚୀରେ ଆୟୋଜିତ ମୁକାବିଲାରେ ଭାରତ ଚାମ୍ପିୟନ ହୋଇଥିଲା । ଏଥର ଚୀନ, ଜାପାନ, କୋରିଆ, ମାଲେସିଆ ଓ ଥାଇଲାଣ୍ଡ ସହିତ ଭାରତର କଡା ମୁକାବିଲା ହେବ । ଭାରତ ନଭେମ୍ବର ୧୧ରେ ମାଲେସିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏଥର ମଧ୍ୟ ଭଲ ପ୍ରଦର୍ଶନ କରି ଆମେ ଚାମ୍ପିୟନ ହେବା ପାଇଁ ଉଦ୍ୟମ କରିବୁ ବୋଲି ସଲୀମା କହିଛନ୍ତି ।

ଭାରତୀୟ ଟିମ: ସବିତା, ବିଚୁ ଦେବୀ ଖାରୀବାମା, ଉଦିତା, ଜ୍ୟୋତି, ବୈଷ୍ଣବୀ ବିଠଲ ଫାଲକେ, ସୁଶୀଲା ଚାନୁ, ଈଶିକା ଚୌଧୁରୀ, ନେହା, ସଲୀମା ଟେଟେ, ଶର୍ମିଳା ଦେବୀ, ମନୀଷା ଚୌହ୍ୱାନ, ସୁନେଲିତା ଟପ୍ପୋ, ଲାଲରେସମିୟା, ନବନୀତ କୌର, ପ୍ରୀତି ଦୁବେ, ସଙ୍ଗୀତା କୁମାରୀ, ଦୀପିକା ଓ ବ୍ୟୁଟି ଡୁଙ୍ଗଡୁଙ୍ଗ ।

Leave A Reply

Your email address will not be published.