ମୁମ୍ବାଇ: ୨୦୦୫ରେ ରିଲିଜ ହୋଇଥିବା ନୋ ଏଂଟ୍ରି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ନିର୍ମାତା ଅନୀସ ବାଜମୀ ସୂଚନା ଦେଇ ସାରିଛନ୍ତି । ତେବେ ଏହି ସୁପରହିଟ ଫିଲ୍ମର ସିକ୍ୱେଲରେ ସଲମାନ ଖାଁ, ଅନୀଲ କାପୁର ଓ ଫରଦୀନ ଖାଁ ଟ୍ରିପଲ ରୋଲ କରିବାକୁ ଯାଉଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଦର୍ଶକ ଏଥର ୩ ବଦଳରେ ୯ ହୀରୋର ମଜା ଉଠାଇବେ ।
ବର୍ତମାନ ମେକର୍ସ ୯ ହୀରୋଇନ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଟିସିରିଜ ପ୍ରମୁଖ ଭୂଷଣ କୁମାର, ମୁରାଦ ଖେତାନୀ, କବୀର ସିଂ ମିଳିତ ଭାବେ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି । ଆସନ୍ତା ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହେବ ।