ମୁମ୍ବାଇ: ଆଜି ସଲମାନ ଖାନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ୬୦ତମ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଏବଂ ବନ୍ଧୁମାନେ ତାଙ୍କ ଫାର୍ମହାଉସରେ ଏକାଠି ହୋଇଥିଲେ। ସଲମାନଙ୍କ ପିତା, ଲେଖକ ସଲିମ ଖାନ ଏବଂ ତାଙ୍କ ଭଣଜା ନିର୍ବାଣ ଏବଂ ଅରହାନ ଖାନଙ୍କ ସମେତ ପରିବାରର ଅନେକ ସଦସ୍ୟ ସେଠାରେ ଦେଖାଯାଇଥିଲେ। ମହେନ୍ଦ୍ର ସିଂହ ଧୋନି, ସଞ୍ଜୟ ଦତ୍ତ, ରାକୁଲ ପ୍ରୀତ ସିଂହ ଏବଂ ଜେନେଲିଆ ଦେଶମୁଖଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟିରେ ଯୋଗ ଦେଇଥିଲେ।
ମଧ୍ୟରାତ୍ରିରେ ସଲମାନ ଖାନ ଫାର୍ମହାଉସ ବାହାରେ ପାପରାଜିମାନଙ୍କ ସହିତ କେକ୍ କାଟି ଜନ୍ମ ଦିନ ସେଲିବ୍ରେଟ କରିଥିଲେ।
ତେବେ ସଲମାନ ଖାନ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ଲୋକପ୍ରିୟ। ତାଙ୍କ ଖ୍ୟାତି ତାଙ୍କ ବକ୍ସ ଅଫିସ ସଂଖ୍ୟାରୁ ଅନୁମାନ କରାଯାଇପାରେ। ବୃତ୍ତିଗତ ଜୀବନ ବ୍ୟତୀତ ଦବଙ୍ଗ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସବୁବେଳେ ଖବରରେ ଅଛନ୍ତି।
ତେବେ ଏହି ପାର୍ଟିରେ ସାମିଲ ହେବା ପାଇଁ ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ସଙ୍ଗୀତା ବିଜଲାନି ମଧ୍ୟ ଆସିଥିଲେ। ସେହିପରି ଅନ୍ୟ ଫିଲ୍ମ ତାରକାଙ୍କ ମଧ୍ୟ ଯୋଗ ଦେଇଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ କଥା କହିବାକୁ ଗଲେ ସଲମାନ ଖାନଙ୍କ ବାପା ସଲିମ ଏବଂ ଭଣଜା ଆରହାନ ଏବଂ ନିର୍ବାଣ ଏକାଠି ପହଞ୍ଚିଥିଲେ। ଅରବାଜ ଏବଂ ସୋହେଲଙ୍କୁ ମଧ୍ୟ ସ୍ପଟ୍ କରାଯାଇଥିଲା।
Comments are closed.