Latest Odisha News

BREAKING NEWS

ନୂଆ ଫିଲ୍ମ  ପାଇଁ ୫୦ କୋଟି ଟଙ୍କା ଫି କମାଇଲେ ସଲମାନ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ବର୍ତ୍ତମାନ ତେଲୁଗୁ ନିର୍ଦ୍ଦେଶକ ବଂଶୀ ପାଇଡ଼ିପଲ୍ଲୀଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ଏସଭିସି ୬୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ସମୟରେ ସଲମାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁସାରେ, ସଲମାନ ସାଧାରଣତଃ ପ୍ରତି ଫିଲ୍ମ ପାଇଁ ପ୍ରାୟ ୧୨୦ କୋଟି ଟଙ୍କାରୁ ଅଧିକ ଫି ନେଇଥାନ୍ତି । କିନ୍ତୁ  ପାଇଁ ସେ ନିଜର ଫିରେ ୫୦ କୋଟି ଟଙ୍କାର ହ୍ରାସ କରିଛନ୍ତି । ଏହି ଆକ୍ସନ୍ ଫିଲ୍ମ ପାଇଁ ସେ ମାତ୍ର ୭୦ କୋଟି ଟଙ୍କା ନେଉଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ସଲମାନଙ୍କ ଦୀର୍ଘଦିନର ବନ୍ଧୁ ରଫି କାଜି ଏହି ପ୍ରୋଜେକ୍ଟର ଜଣେ ସହ-ପ୍ରଯୋଜକ ଏବଂ ମଧ୍ୟସ୍ଥ ଭାବେ ଜଡ଼ିତ ଅଛନ୍ତି । କେବଳ ବନ୍ଧୁତା ଖାତିରରେ ସଲମାନ ନିଜ ଫି’ରୁ ଏହି ବଡ଼ ରିହାତି ଦେବାକୁ ରାଜି ହୋଇଛନ୍ତି । ତେବେ ଫିଲ୍ମର ଲାଭରୁ ସେ ଅଂଶ ନେବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଇଦ୍ ୨୦୨୭ରେ ଏସଭିସି ୬୩ ମୁକ୍ତିଲାଭ କରିବ । ସଲମାନଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମାତୃଭୂମି ମଧ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ୨୦୨୦ ଭାରତ-ଚୀନ୍ ଗଲୱାନ୍ ଘାଟୀ ସଂଘର୍ଷ ଉପରେ ଆଧାରିତ ଏହି ଫିଲ୍ମରେ ଚୀନ୍ ସମ୍ପର୍କିତ କିଛି ଦୃଶ୍ୟକୁ ନେଇ ସେନ୍ସର ବୋର୍ଡ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି । ଫଳରେ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ବ୍ୟତୀତ ସଲମାନ ପ୍ରସିଦ୍ଧ ନିର୍ମାତା ଯୋଡ଼ି ରାଜ୍ ଏବଂ ଡିକେଙ୍କ ସହ ଏକ ସୁପରହିରୋ ଫିଲ୍ମରେ ନଜର ଆସିପାରନ୍ତି ।

Leave A Reply

Your email address will not be published.