Latest Odisha News

BREAKING NEWS

ପାର୍ଟନର ଫିଲ୍ମ ପରେ ପୂନର୍ବାର ଏକତ୍ର ଅଭିନୟ କରିବେ ଗୋବିନ୍ଦା-ସଲମାନ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ କଳାକାର ସଲମାନ ଖାଁ ଓ ଗୋବିନ୍ଦା ପୂନର୍ବାର ଏକତ୍ର ଆଉ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଦୁଇଜଣ ପୂର୍ବରୁ ପାର୍ଟନର ଫିଲ୍ମରେ ଅଭିନୟ କରିଥିଲେ । ଯାହା ଏକ ବଡ ହିଟ ହୋଇଥିଲା । କୌଣସି କାରଣ ନେଇ ଉଭୟ ଏହା ପରେ ଆଉ ଏକତ୍ର କୌଣସି ଫିଲ୍ମରେ ଅଭିନୟ କରି ନାହାନ୍ତି । ନିକଟରେ ବିଗ ବସରେ ସଲମାନ ମଧ୍ୟ ଗୋବିନ୍ଦାଙ୍କ ସହ ଫିଲ୍ମ ଆସୁଛି ବୋଲି କହିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟଙ୍କୁ ନେଇ ଏକ ଫିଲ୍ମର ପ୍ଲାନିଂ ହୋଇଛି ।

ଏହାର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ନ ଥିବାରୁ ଫିଲ୍ମ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ପାର୍ଟନରରେ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ହସାଇବାରେ ସଫଳ ହୋଇଥିଲା । ଏହା ପାର୍ଟନରର ସୀକ୍ୱେଲ ହେବ କି ଏକ ନୂଆ ଫିଲ୍ମ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି ।

Comments are closed.