Latest Odisha News

BREAKING NEWS

ଚିରଞ୍ଜୀବୀଙ୍କ ଅପକମିଂ ଫିଲ୍ମ ‘ଗଡଫାଦର’ରେ ଏଣ୍ଟ୍ରି ମାରିଲେ ଭାଇଜାନ୍

ଦିଲ୍ଲୀ : ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ଏବେ ନଜର ଆସିବେ ସାଉଥ୍ ଫିଲ୍ମରେ । ଅପକମିଂ ତେଲୁଗୁ ଫିଲ୍ମ ‘’ଗଡଫାଦର’’ରେ ଭାଇଜାନ୍ ସଲମାନ୍ ଖାନଙ୍କୁ ଦେଖିବାକୁ ପାଇବେ ଦର୍ଶକ ।ଏହି ମୁଭିରେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବଙ୍କ ସହ ନଜର ଆସିବେ ଭାଇଜାନ୍ ସଲମାନ୍ ଖାନ୍ ।ଏନେଇ ସଲମାନ ଖାନଙ୍କୁ ଚିରଞ୍ଜୀବ ଏକ ବୁକେ ଦେଇ ସ୍ୱାଗତ କରୁଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଫଟୋକୁ ନିଜେ ଟ୍ୱିଟ କରି ଛାଡିଛନ୍ତି ଚିରଞ୍ଜୀବ । ସେ ଲିଖିଛନ୍ତି ଗଡ୍ ଫାଦରକୁ ଆପଣଙ୍କୁ ସ୍ୱାଗତ ଭାଇ ।

ତୁମର ଏଣ୍ଟ୍ରି ସମସ୍ତଙ୍କ ପାଇଁ ଏନର୍ଜୀ ଆଣିଦେବ । ଏବେ ସମସ୍ତଙ୍କ ମନେରେ ଏକ୍ସାଇଟମେଣ୍ଟ । ତୁମ ସହିତ ସ୍କ୍ରିନ୍ ସେୟାର କରିବା ଅତ୍ୟନ୍ତ ଆନନ୍ଦ ଦାୟକ ବୋଲି ଟ୍ୱିଟ କରି ଲେଖିଛନ୍ତି ଚିରଞ୍ଜୀବ । ଦୀର୍ଘ ଦିନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ରାଜ କରିବା ପରେ ଏବେ ସାଉଥ୍ ଫିଲ୍ମରେ ସଲମାନଙ୍କ ଜଲୱା ଦେଖିବାକୁ ମିଳିବ ।

Comments are closed.