Latest Odisha News

BREAKING NEWS

ଦବଙ୍ଗଷ୍ଟାର ସଲମାନ ଖାନ୍ ନେଇଛନ୍ତି କରୋନା ଟିକା 

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ନେଇଛନ୍ତି କରୋନା ଟିକା । ସେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସଲ୍ଲୁ ଭାଇ ।  ସେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ପହଞ୍ଚି ଟିକା ନେଇଛନ୍ତି । 

ଦେଶରେ କରୋନା ଏବେ ପୁଣି ତାର କାୟା ମେଲାଇଛି । ଧୀରେ ଧିରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଜଣେ ପରେ ଜଣେ ବଲିଉଡ ଷ୍ଟାରମାନେ କରୋନା ଟିକା ନେଉଥିବା ନଜର ଆସିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଦବଙ୍ଗଷ୍ଟାର ସଲମାନ ଖାନ୍ । 

ସଲମାନ୍ ଲୋକଙ୍କୁ ମାସ୍କ ଏବଂ ସାମାଜିକ ଦୂରତା ପାଳନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ସଲମାନଙ୍କ ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓ ଆମିର ଖାନ ମଧ୍ୟ କରୋନା ଟିକା ନେଇଛନ୍ତି । 

Leave A Reply

Your email address will not be published.