Latest Odisha News

BREAKING NEWS

ଟାଇଗର-୩’ର ସୁଟିଂ ସେଟ୍‌ରେ ଆହତ ହେଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁଟିଂ ଚାଲିଥିବା ବେଳେ ସଲମାନ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପାଞ୍ଚ କିଲୋ ଓଜନର ଡମ୍ବଲ ଉଠାଇ ସେ ଆହତ ହୋଇଥିବା ନେଇ ନିଜେ ସଲମାନ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ସଲମାନ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ ‘ଟାଇଗର-୩’ ସେଟରୁ ତାଙ୍କର ଏକ ନୂଆ ଫଟୋ ସେୟାର କରିଛନ୍ତି । ଫଟୋରେ ତାଙ୍କ ଚେହେରା ଦେଖାଯାଉନାହିଁ । କିନ୍ତୁ ତାଙ୍କ ବାମ କାନ୍ଧରେ ଯନ୍ତ୍ରଣାର ଉପଶମ ପାଇଁ ପ୍ୟାଚ୍ ଲଗାଯାଇଥିବା ଦେଖିବାକୁ ମିଳିଛି । ସଲମାନ କ୍ୟାପସନରେ ଲେଖିଛନ୍ତି, ‘ ପାଞ୍ଚ କିଲୋର ଡମ୍ବଲ ଉଠାଇ ଟାଇଗର ଆହତ ହୋଇଛି’ । ଫଟୋରେ ସଲମାନଙ୍କ ଏଭଳି ଅବସ୍ଥା ଦେଖି ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଫ୍ଲପ ହେବା ପରେ ‘ଟାଇଗର-୩’କୁ ନେଇ ବହୁ ଆଶାବାଦୀ ଅଛନ୍ତି ସଲମାନ ।

Comments are closed.