Latest Odisha News

BREAKING NEWS

ଇଦ୍‌ରେ କମାଲ କଲାନି ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍ ପ୍ରତିବର୍ଷ ଇଦ୍ ଅବସରରେ ତାଙ୍କ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଉପହାର ଦେଇଥାନ୍ତି । ଏଥର ମଧ୍ୟ ସଲମାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଦୀର୍ଘଦିନ ଧରି ପ୍ରଶଂସକମାନେ ଅପେକ୍ଷା କରିଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଶୁକ୍ରବାର ରିଲିଜ୍ ହୋଇଛି । ସବୁବେଳେ ଇଦରେ ରିଲଜ ହେଉଥିବା ସଲମାନଙ୍କ ଫିଲ୍ମ ଓପନିଂ ଡେ’ରେ ରେକର୍ଡ ପରିମାଣର ବ୍ୟବସାୟ କରିଥାଏ । କିନ୍ତୁ ଏଥର ସେମିତି କିଛି ଆଖି ଦୃଶିଆ କମାଲ କରିପାରିଲା ନାହିଁ । ୧୨ ବର୍ଷ ଭିତରେ ଏହି ଫିଲ୍ମ ଓପନିଂ ଡେ’ରେ ସଲମାନଙ୍କ କ୍ୟାରିୟରରେ ସବୁଠାରୁ କମ ବ୍ୟବସାୟ କରିଛି ।

ଦୀର୍ଘଦିନ ଧରି ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଆଶା କରାଯାଉଥିଲା କି ଓପନିଂ ଡେରେ ଏହା ରେକର୍ଡ କରିବ । ହେଲେ ସେମିତି କିଛି ହେଲାନାହିଁ । ଏହି ଫିଲ୍ମ ଓପନିଂ ଡେ’ରେ ୧୫.୮୧ କୋଟି ଆୟ କରି ପାରିଛି ।
ସଲମାନଙ୍କ ଇଦ୍‌ରେ ରିଲିଜ ହୋଇଥିବା ଫିଲ୍ମର ଓପନିଂ ଡେ’ କଲେକ୍ସନ ଭାବେ ରିଲିଜ ହୋଇଥିବା ଫିଲ୍ମ ବଡିଗାର୍ଡ ୨୧.୬୦ କୋଟି, ଟାଇଗର ୩୨.୯୩, ବଜରଙ୍ଗି ଭାଇଜାନ ୨୭.୨୫, କିକ୍ ୨୬.୪୦, ସୁଲତାନ ୩୬.୫୪, ଟ୍ୟୁବଲାଇଟ ୨୧.୧୫, ରେସ୍‌-୩ ୨୯.୧୭ ଓ ଭାରତ-୪୨.୩୦ କୋଟି କଲେକ୍ସନ କରିଥିଲା ।

Comments are closed.