Latest Odisha News

BREAKING NEWS

ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ଛୁରୀରେ ଆକ୍ରମଣ

ନ୍ୟୁୟର୍କ: ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ନ୍ୟୁୟର୍କରେ ଆଜି ମରଣାତ୍ମକ ଆକ୍ରମଣ ହୋଇଛି । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଂଚ ଉପରେ ବସିଥିବା ବେଳେ ଜଣେ ଦୁବୃତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସଲମାନ ଏହି ଆକ୍ରମଣରେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ବିପଦମୁକ୍ତ ଅଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି । ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନ ନାଗରିକ ସଲମାନଙ୍କୁ ଦି ସାଟାନିକ ଭର୍ସେସ ପୁସ୍ତକ ପାଇଁ ହତ୍ୟା ଧମକ ମିଳିଥିଲା । ଉପରୋକ୍ତ ପୁସ୍ତକକୁ ଇସଲାମ ବିରୋଧୀ ଦର୍ଶାଇ ୧୯୮୮ରୁ ଇରାନରେ ଏହାକୁ ବ୍ୟାନ କରାଯାଇଛି । ସେବେଠାରୁ ସଲମାନ ଆମେରିକାରେ ରହୁଛନ୍ତି ।

Leave A Reply

Your email address will not be published.