Latest Odisha News

BREAKING NEWS

୫ ଗର୍ଲଫ୍ରେଣ୍ଡ ଥାଇ ବି ମୁଁ ବ୍ୟାଚଲର, ଏମିତି କିଛି କହିଲେ ଭାଇଜାନ

ମୁମ୍ବାଇ: ମୋର ୫ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି । ହେଲେ ମୁଁ ଏବେ ବ୍ୟାଚଲର ଅଛି । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ବଲିଉଡ୍‌ର ମୋଷ୍ଟ ବ୍ୟାଚଲର ସଲମାନ ଆଜି ବି ଚର୍ଚ୍ଚାରେ । ବିବାହ ବୟସ ଅତିକ୍ରମ କରିସାରିଥିଲେ ମଧ୍ୟ ସେ ବିବାହର ନା ଧରୁନାହାନ୍ତି । ମାତ୍ର ତାଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି ବୋଲି ସଲମାନ ଏକଥା କହିଛନ୍ତି । ସେ କହିଛନ୍ତି, ଜଣେ କି ଦୁଇଜଣ ନୁହେଁ ୫ ଜଣ ଗର୍ଲଫ୍ରେଣ୍ଡ ମୋର ଅଛନ୍ତି ।

ଏକ ଶୋ’ରେ ଅଜୟ ଦେବଗନ ଏବଂ କାଜଲଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ସଲମାନ କହିଥିଲେ ଯେ, ତୁମେ ଜାଣ, ମୋର ଜୀବନ ଭିତରେ ୫ ଜଣ ଗର୍ଲଫ୍ରେଣ୍ଡ ଆସିଥିଲେ । ଯେତେବେଳେ ଅଜୟ ତାଙ୍କୁ ଜାତୀୟ ଟେଲିଭିଜନରେ ବ୍ୟାଚଲର ବୋଲି କହି ଥଟ୍ଟା କରିଥିଲେ, ସେତେବେଳେ ସେ କହିଥିଲେ ହଁ, ମୁଁ ବ୍ୟାଚଲର । କାଜଲ ହସି ହସି କହିଥିଲେ, ମୁଁ ଏହା କେବେ ବି ବିଶ୍ୱାସ କରିବି ନାହିଁ । ଏହା ସମସ୍ତଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା ।

Leave A Reply

Your email address will not be published.