Latest Odisha News

BREAKING NEWS

୩ ଥରର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମୁଲାୟମ । ଉଚ୍ଚ ରକ୍ତଚାପ ଓ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ।

ମଙ୍ଗଳବାର ମୁଲାୟମଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁ ସୈଫଇରେ କରାଯିବ । ଗୁରୁଗ୍ରାମରୁ ମରଶରୀରକୁ ପୈତୃକ ଗାଁକୁ ବସରେ ନିଆଯିବ । ମୁଲାୟମଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

ମୁଲାୟମଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦେଶର ପ୍ରାୟ ରାଜନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି, ଦଳିତଙ୍କ ଅଧିକାର ପାଇଁ ମୁଲାୟମଙ୍କ ଯୋଗଦାନ ସବୁ ବେଳେ ମନେ ରହିବ ।

୧୯୩୯ ନଭେମ୍ବର ୨୨ରେ କୃଷକ ପରିବାରରେ ଜନ୍ମ ନେଇଥିଲେ ମୁଲାୟମ । ତିନିଥର ୟୁପିର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ତା ଛଡ଼ା ମୁଲାୟମ ୮ ଥର ବିଧାୟକ ଓ ୭ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏବେ ସେ ୟୁପି ମୈନପୁର ଲୋକସଭା ଆସନରୁ ସାଂସଦ ଥିଲେ ।

ମୁଲାୟମ ସିଂ ଯାଦବ ୨ଗୋଟି ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ଅଖିଳେଶଙ୍କ ମାଆ ମାଳତୀ ଦେବୀଙ୍କ ମୃତ୍ୟୁ ୨୦୦୩ରେ ହୋଇଥିଲା । ଆଉ ମୁଲାୟମ ସାଧନା ଗୁପ୍ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ନିକଟରେ ସାଧନାଙ୍କ ବି ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.