Latest Odisha News

ଶୁଟିଂ କରୁଥିବା ବେଳେ ଆହତ ହେଲେ ସାମନ୍ଥା-ବିଜୟ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଶ୍ଟ୍ରିର ଦୁଇ ଲୋକପ୍ରିୟ କଳାକାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା କୁଶୀ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । କଶ୍ମୀରର ପହଲାମ ଅଂଚଳରେ ଏକ ଷ୍ଟଂଟ ଦୃଶ୍ୟ ଶୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଭୟ ଯେଉଁ କାରରେ ବସି ଶୁଟିଂ କରୁଥିଲେ ତାହା ପାଣି ମଧ୍ୟକୁ ଖସି ପଡିଥିଲା । ଏଥିରେ ସେମାନଙ୍କୁ ଆଘାତ ଦେଇଥିଲା । ପରେ ଡାକ୍ତର ଏବଂ ଫିଜିଓଥେରାପିଷ୍ଟଙ୍କ ଚିକତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି ଏବଂ କୌଣସି ଚିନ୍ତାଜନକ କାରଣ ନୁହେଁ ବୋଲି ଜଣାପଡିଛି । ଡିସେମ୍ବର ୨୩ରେ ଏହି ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ ଓ ମାଲାୟଲମ ଭାଷାରେ ରିଲିଜ ହେବ ।

କଶ୍ମୀରରେ ଶୁଟିଂ କରିବା ଅବସରରେ ସେମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିଲା । ଏପରିକି କୌଣସି ବ୍ୟକ୍ତିଙ୍କୁ ସିଧାସଳଖ ତାଙ୍କ ପାଖକୁ ଯିବା ପାଇଁ ଅନୁମତି ନ ଥିଲା । ୨୦୧୮ରେ ଏହି ଯୋଡି ମହାନତୀ ଫିଲ୍ମରେ ଅଭିନୟ କରିଥିଲେ । ସେମାନଙ୍କ ପ୍ରଦର୍ଶନକୁ ଦର୍ଶକ ଭୂୟସୀ ପ୍ରଶଂସା କରିଥିଲେ । ଦୀର୍ଘ ଦିନ ପରେ ପୁନର୍ବାର ଏକତ୍ର ଗୋଟିଏ ଫିଲ୍ମରେ ଆସୁଥିବାରୁ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି ।

Leave A Reply

Your email address will not be published.