ବ୍ୟୁରୋ: ବହୁ ଦିନ ହେବ ଚର୍ଚ୍ଚାରେ ଅଛନ୍ତି ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୂ । କୌଣସି ଫିଲ୍ମ ପାଇଁ ନୁହେଁ ବରଂ ମା ହେବା ପାଇଁ । ଦ୍ୱିତୀୟ ବିବାହ ବେଳେ ଚର୍ଚ୍ଚାରେ ଥିଲେ ସମନ୍ଥା । ଏବେ ମା ହେବାର ଖୁସି ସେ ତାଙ୍କ ଫ୍ୟାନ ମାନଙ୍କ ସହ ବାଂଟୁଛନ୍ତି । ସବୁବେଳେ କିଛି ନା କିଛି ବେବି ବମ୍ପ୍ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଇମୋସନ ଆଉ ଖୁସି ଜାହିର କରୁଛନ୍ତି । ସେମିତି ଏକ ଫଟୋକୁ ନେଇ ମଜାଳିଆ ପୋଷ୍ଟ ଦେଇଛନ୍ତି ସମନ୍ଥା । ମାର୍ଟନିଟୀ ଫଟୋ ସୁଟ୍ ଉପରେ ଅଭିନେତ୍ରୀଙ୍କ ମଜାକିଆ ପୋଷ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ସମନ୍ଥା ସୋଫାରେ ଶୋଇଥିବାର ଏକ ଫଟୋ ଇନଷ୍ଟାରେ ସେୟାର କରି ଏହାକୁ ମୋର ମାତୃତ୍ୱ ଫଟୋସୁଟ୍ ଭାବନ୍ତୁ ବୋଲି ଲେଖିଛନ୍ତି । ଯାହା ପ୍ରଶଂସକଙ୍କୁ ଖୁସ୍ ହସାଇଛି । ଫଟୋରେ ସମନ୍ଥା ଏକ ଲାଲ ପ୍ରିଂଟେଡ ଟପ୍ ସହ ଧଳା ରଙ୍ଗର ଟ୍ରାଉଜର ଓ ଆଖିରେ ଚଷମା ପିନ୍ଧି ଶୋଫାରେ ଆରାମ କରୁଥିବାର ଦେଖିବାକୁ ମିଳିଛି । ଗ୍ଲାମର ନୁହେଁ ଏବେ କେବଳ ଆରାମ ବୋଲି କହିବା ସହ ଏହା ମାର୍ଟନିଟୀ ଫଟୋ ସୁଟ୍ ବୋଲି ଭାବନ୍ତୁ ବୋଲି ଫ୍ୟାନଙ୍କୁ କହିଛନ୍ତି ।
ସମନ୍ଥା ଏବଂ ତାଙ୍କ ସ୍ୱାମୀ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁ ନିଜର ପ୍ରଥମ ସନ୍ତାନର ଆଗମନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ସମନ୍ଥା ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରାଜଙ୍କୁ ପିଲାର ଆଗମନ ପୂର୍ବରୁ ଏକ ବେବି ମନିଟର ଫ୍ଲୋର ଷ୍ଟାଣ୍ଡ ଯୋଡିବା ସମୟରେ ଜଣେ ପିତା ଭାବରେ ନିଜର ଦାୟିତ୍ୱ ତୁଲାଉଥିବାର ଦେଖିବାକୁ ମିଳିଥିଲା । ଆସନ୍ତା ଡିସେମ୍ବରରେ ରାଜ୍ ଓ ସମନ୍ଥା ନିଜର ନୂଆ କୁଣିଆକୁ (ବେବି) ସ୍ୱାଗତ କରିବେ । ନିକଟରେ ଏକ ଫିଲ୍ମର ସଫଳତା ଉତ୍ସବରେ ଯୋଗଦେଇ ସମନ୍ଥା ନିଜ ମାତୃତ୍ୱତା ପାଇବାର ଖୁସି ଜଣାଇଥିଲେ । ଏମିତିକି ହାତରେ ଥିବା କିଛି କାମ ସାରି ସେ ମାତୃତ୍ୱକାଳୀନ ଛୁଟି ନେବେ ବୋଲି କହିଛନ୍ତି । ୨୦୨୫ ଡିସେମ୍ବର୧ରେ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଇଶା ଫାଉଣ୍ଡେସନରେ ଏକ ଘରୋଇ ଉତ୍ସବ ମାଧ୍ୟବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସମନ୍ଥା ଓ ରାଜ୍ ।
