Latest Odisha News

ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା, ଇନଷ୍ଟାରେ ନାଗାଙ୍କ ସହ ଫଟୋ କଲେ ସେୟାର

ମୁମ୍ବାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଅଲଗା ହୋଇଥିଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁ । ଅଲଗା ହେବା ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ ପ୍ୟାଚଅପ କରିଥିବା ଚର୍ଚ୍ଚା ହେଉଛି । ଏବେ ସାମନ୍ଥା ତାଙ୍କ ଇନଷ୍ଟାରେ ନାଗାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ସାମନ୍ଥାଙ୍କର ଏହି ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖିବା ପରେ ସାମନ୍ଥା ପୁଣି ନାଗାଙ୍କ ପ୍ରେମରେ ପଡ଼ିଥିବା ନେଇ ଆଲୋଚନା ହେଉଛି ।

ଭାଇରାଲ ହେଉଥିବା ଫଟୋଟି ଦୁହିଁଙ୍କ ବିବାହ ସମୟର । ଏଥିରେ ସାମନ୍ଥା, ନାଗାଙ୍କ ଗାଲରେ ଚୁମ୍ବନ ଦେଉଥିବା ଦେଖାଯାଇଛି । ଫଟୋଟି ସେୟାର କରି ସାମନ୍ଥା, ନାଗାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋଟି ସାମନ୍ଥାଙ୍କ ଇନଷ୍ଟା ପେଜରେ ପୁଣି ଥରେ ପ୍ରଶଂସକମାନେ ଦେଖିବାକୁ ପାଇବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ତେବେ କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ନାଗା ଚୈତନ୍ୟ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅଙ୍କୁ ଚଳିତବର୍ଷ ଶେଷ ଆଡ଼କୁ ବିବାହ କରିବାକୁ ଯାଉଛନ୍ତି ।

 

Comments are closed.