Latest Odisha News

ସମ୍ବଲପୁରରେ ଖୋଲିଲା ପ୍ରଥମ ଫୁଡ଼ ଏଟିଏମ୍

ସମ୍ବଲପୁର: ସମ୍ବଲପୁର ମୁନିସିପାଲିଟି ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ସ୍ୱାଇଛା’ର ମିଳିତ ସହଯୋଗରେ ସମ୍ବଲପୁରରେ ପ୍ରତିଷ୍ଠା ହୋଇଛି ପ୍ରଥମ ଫୁଡ଼ ଏଟିଏମ୍ ।

କୌଣସି ସାମାଜିକ ସମାରୋହ କିମ୍ବା ଘରେ ଖାଦ୍ୟ ବଞ୍ଚିଗଲେ ସମ୍ବଲପୁରବାସୀ ଏଥର ଏହି ଫୁଡ଼ ଏଟିଏମକୁ ଦାନ କାରିପାରିବେ । ୭୦୦ ଲିଟର କ୍ଷମତା ବିଶିଷ୍ଟ ଏହି ରିଫ୍ରେଜିରେଟରର ନାଁ ତୃପ୍ତି ରଖାଯାଇଛି । ଏହାକୁ ଜିଲ୍ଲା ହେଡକ୍ୱାଟର ଡାକ୍ତରଖାନା ନିକଟରେ ଖୋଲା ଯାଇଛି ।

ପ୍ରତିଦିନ ସକାଳ ୭ ଟାରୁ ରାତି ୧୦ ଟା ଯାଏଁ ଗରିବ ଖାଦ୍ୟାଭାବ ଥିବା ବ୍ୟକ୍ତି ମାନେ ମାଗଣାରେ ଏହି ଫ୍ରିଜରୁ ଖାଦ୍ୟ ନେଇ ଖାଇ ପାରିବେ ।

ଗଣମାଧ୍ୟମକୁ ସୂଚନା ଦେଇ ଏସଏମସି ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର କହିଛନ୍ତି ଯେ କେବଳ ନିରାମିଷ ଖାଦ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏସଏମସି ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ଖାଦ୍ୟର ମାନ ପ୍ରତ୍ୟେକ ଦିନ ପରୀକ୍ଷଣ କରାଯିବ ।

Comments are closed.