Latest Odisha News

ଖୋଲାରେ ପରିସ୍ରା କଲେ ଏହି ଜିଲ୍ଲାରେ ଗଣିବାକୁ ପଡ଼ିବ ତଣ୍ଡ

ଭୁବନେଶ୍ୱର: ଏଣିକି ଖୋଲାରେ ପରିସ୍ରା କଲେ ତଣ୍ଡ ଗଣିବାକୁ ପଡିବ। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ କଡ଼ା ତାଗିଦ କରାଯାଇଛି।

ନିୟମ ନ ମାନି ଧରା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ ।

ସୂଚନା ଅନୁଯାୟୀ ଆସନ୍ତା ସୋମବାର ଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ଜଣାଇଛନ୍ତି ।

ତେବେ ଘଟଣା ଉପରେ ନଜର ରଖିବାକୁ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି । ଖାସ୍ କରି ସହରକୁ ସ୍ୱଚ୍ଛ ରଖିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି କମିଶନର ।

Leave A Reply

Your email address will not be published.