Latest Odisha News

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ମୁତୟନ ହେବେନି ଜିଲ୍ଲା ପୋଲିସ, ଜାଣନ୍ତୁ କାରଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୋଲିସକୁ ମିଳିଲା ନୂଆଖାଇ ଛୁଟି । ଆସନ୍ତାକାଲି ପାଇଁ ସମ୍ବଲପୁର ପୋଲିସକୁ ମିଳିଲା ଛୁଟି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ । ସବୁଠାରୁ ବଡ କଥା ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ମୁତୟନ ହେବେନି ଜିଲ୍ଲା ପୋଲିସ । ତେବେ ବିକଳ୍ପ ବ୍ୟବସ୍ଥା ସ୍ବରୁପ ପୋଲିସ ମୁଖ୍ୟାଳୟରୁ ପହଞ୍ଚିଛନ୍ତି ଫୋର୍ସ ।

ସୂଚନଯୋଗ୍ୟ ଯେ, କୃଷି ଭିତ୍ତିକ ପର୍ବ ‘ନୂଆଖାଇ’ ପାଇଁ ସେପ୍ଟେମ୍ବର ୮ ରବିବାର ପଡୁଥିବାରୁ ୯ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ, ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟିଆଲ୍ କୋର୍ଟ (କାର୍ଯ୍ୟ ନିର୍ବାହୀ) ଛୁଟି ରହିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର ।

Comments are closed.