Latest Odisha News

BREAKING NEWS

ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଦିବସ ପାଳିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଭାଷାର ଭାଷାବିତ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସ ଉପଲକ୍ଷେ ‘ସମ୍ବଲପୁରୀ ଦିବସ’ ପାଳିତ ହୋଇଯାଇଛି ।

ଏହି ଅବସରରେ ଗ୍ରନ୍ଥାଗାରର ସ୍ବତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ଅତସୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ଓ ଗ୍ରନ୍ଥାଗାର ଶିକ୍ଷା ନବିସମାନେ ଯୋଗଦେଇ ନିଜ ବ୍ୟକ୍ତବରେ ସମ୍ବଲପୁର ଭାଷା, ସାହିତ୍ୟ ଓ ସଂସ୍କୃତି, ନୃତ୍ୟ,ଗୀତ, ଚିତ୍ରକଳା, ଶାଢୀ ଇତ୍ୟାଦିର ଭୂୟସୀ ପ୍ରଶଂସା କରିଥିଲେ । ସ୍ବଭାବ କବି ଗଙ୍ଗାଧର ମେହେର, ଶ୍ରୀ ହଳଧର ନାଗ ଆଦି ଅନେକ କବି ଓ ଲେଖକ ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.