Latest Odisha News

BREAKING NEWS

‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ କହି ନିନ୍ଦିତ ହେଲେ ସମ୍ବିତ ପାତ୍ର, ଚାରିଆଡୁ ସମାଲୋଚନା

ପୁରୀ: ଶ୍ରୀକ୍ଷେତ୍ରର ଗ୍ରାଣ୍ଡ ରୋଡରେ ଗ୍ରାଣ୍ଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ସଭାରେ ନିଜକୁ ଜଗନ୍ନାଥଙ୍କ ପୁଅ ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଆସି ଶ୍ରୀମନ୍ଦିର ଯାଇ ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ ସୋ କରି ପ୍ରଚାର କରିଛନ୍ତି। ଏହାରି ଭିତରେ ଦଳର ସାଂସଦ ପ୍ରାର୍ଥୀ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେ କାଳିଆ ଠାକୁର। ବିଶ୍ବ ନୟନ୍ତା। ତାଙ୍କ ଇସାରାରେ ପତ୍ରଟିଏ ବି ହଲେନି। ଏପରି ସ୍ଥିତିରେ ସମ୍ବିତ ପାତ୍ର ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି କହିବାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। କଂଗ୍ରେସ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସମ୍ବିତ ପାତ୍ର କହିଛନ୍ତି, ମୋଦୀଙ୍କ ଦେଖିବା ପାଇଁ ଲକ୍ଷାଧିକ ଲୋକ ଆସିଛନ୍ତି। ମୋଦୀଙ୍କ ଭକ୍ତ ଜଗନ୍ନାଥ। ଆମେ ହେଉଛୁ ମୋଦୀଙ୍କ ପରିବାର ଲୋକ। ଏ ଦୃଶ୍ୟକୁ ଦେଖି ସେ ନିଜ ଭାବାବେଗକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ବୋଲି ସମ୍ବିତ କହିଛନ୍ତି।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଏହା ହେଉଛି ଅଂହକାର ଏବଂ ଗର୍ବ। ଏହାକୁ କେଉଁ କାଳରେ ଭଗବାନ ଗ୍ରହଣ କରିନାହାନ୍ତି। ଅତି ଗର୍ବେ ହତ ଲଙ୍କା କହି କଟାକ୍ଷ କରିଛନ୍ତି ପ୍ରସାଦ ହରିଚନ୍ଦନ। ସମ୍ବିତ ପାତ୍ର ଏପରି କହି ଗୋଟିଏ ଜାତିର ଭାବାବେଗକୁ କୁଠାରଘାତ କରିଛନ୍ତି ସମ୍ବିତ ପାତ୍ର। ଉତ୍କଳର ନେତା କେହି ନାହାନ୍ତି। ଉତ୍କଳର ନେତା ହେଉଛନ୍ତି ନାରାୟଣ। ହେଲେ ଏପରି ସ୍ଥିତିରେ ସମ୍ବିତଙ୍କ ମନ୍ତବ୍ୟ ଓଡ଼ିଆ ଜାତି ପାଇଁ କୁଠାରଘାତ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି। ସେହିପରି ଏକ ଧର୍ମୀୟ ଭାବନାକୁ ଆଘାତ ଦେଇ ନିର୍ବାଚନ ଆଚରଣ ବିଧିକୁ ପ୍ରସାଦ ହରିଚନ୍ଦନ ଉଲ୍ଲଂଘନ କରିଛନ୍ତି ବୋଲି ସେ କହିଛନ୍ତି।

Comments are closed.