Latest Odisha News

ଏନସିବିରୁ ସମୀରଙ୍କ ଛୁଟି, ଡିଆରଆଇକୁ ଫେରିଲେ

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ସୋମବାର ବଡ ଝଟକା ଲାଗିଛି । ଏନସିବି ତାଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରି ନାହିଁ । ୩୧ ଡିସେମ୍ବର ୨୦୨୧ରେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସମୀର ପୂର୍ବ ଭଳି ଡିଆରଆଇକୁ ଫେରି ଯାଇଛନ୍ତି । ଏନସିବିକୁ ଆସିବା ପୂର୍ବରୁ ସମୀର ଏହି ବିଭାଗରେ ରହିଥିଲେ । ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁଙ୍କୁ ଡ୍ରଗ୍ସ କେସରେ ଗିରଫ କରି ସମୀର ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

BjdElectrycity

ଏନସିପି ନେତା ସମୀର ମାଲିକ ତାଙ୍କୁ ଟାର୍ଗେଟ କର ଅନେକ ନକାରାତ୍ମକ ତଥ୍ୟ ପଦାକୁ ଆଣିଥିଲେ । ଏ ସବୁ ସତ୍ୱେ ଏନସିବି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ ବୋଲି ଆଶା କରାଯାଉଥିଲା । ଏହା ନ ହେବା ଫଳରେ ସମୀରଙ୍କ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.