Latest Odisha News

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ

ମୁଜାଫରପୁର: ସୋମବାର ସକାଳେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାରୁ ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ। 12565 ବିହାର ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଟ୍ରେନ୍ ଦରଫଙ୍ଗାରୁ ଦିଲ୍ଲୀ ଯାଉଥିବା ବେଳେ ଇଞ୍ଜିନରୁ କୋଚ୍ ଅଲଗା ହୋଇଯାଇଥିଲା।

ତେବେ ଏହି ଦୁର୍ଘଟଣା ସମସ୍ତିପୁର-ମୁଜାଫରପୁର ରେଳ ବିଭାଗରେ ଘଟିଛି।

ସୂଚନା ଅନୁଯାୟୀ, ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଟ୍ରେନର କପଲିଂ ଭାଙ୍ଗିବା ହେତୁ ଟ୍ରେନଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଏଥିସହ ଏହି ମାର୍ଗରେ ଆସୁଥିବା ଅନ୍ୟ ଟ୍ରେନଗୁଡ଼ିକୁ ତୁରନ୍ତ ଅଟକି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଫଳରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୋନପୁର ଡିଭିଜନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଟ୍ରେନ୍ ପୁସା ଷ୍ଟେସନ ନିକଟରେ ଛିଡା ହୋଇଥିଲା।

ସୋନପୁର ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଇଞ୍ଜିନ ଏବଂ କୋଚଗୁଡ଼ିକୁ ସଂଯୋଗ କରୁଥିବା କପଲିଂ ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସୂଚନା ମିଳିନଥିଲା ବେଳେ ଟ୍ରେନ୍ ଦିଲ୍ଲୀ ଅଭିମୁଖେ ଅଗ୍ରସର ହୋଇଛି।

 

Comments are closed.