Latest Odisha News

BREAKING NEWS

ପୁନେ NIVକୁ ପଠାଗଲା ଓଡ଼ିଶାରୁ ପଜିଟିଭ୍ ଚିହ୍ନଟ ବ୍ରିଟେନ୍ ଫେରନ୍ତାଙ୍କ ନମୁନା

ଭୁବନେଶ୍ୱର: ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ କରାଯିବ । ବ୍ରିଟେନରୁ ଫେରିକି ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି ।

ଭୁବନେଶ୍ୱରରେ କରୋନା ପଜିଟିଭ୍ ଚିହ୍ନଟ ବ୍ରିଟେନ ଫେରନ୍ତା ଯୁବକଙ୍କ ନମୁନା ପରୀକ୍ଷା ପାଇଁ ପୁନେର ଏନଆଇଭି ପଠାଯାଇଛି । ବ୍ରିଟେନର ନୂଆ ଷ୍ଟ୍ରେନ ପିଜିଟିଭ ବ୍ୟକ୍ତିଙ୍କ ଦେହରେ ଅଛି ନା ନାହିଁ ଅନୁଶୀଳନ କରାଯିବ । ଏହି ନୂଆ ଷ୍ଟ୍ରେନ ଅଧିକ ମାତ୍ରାରେ ସଂକ୍ରମଣ କରିବାର କ୍ଷମତା ରଖୁଛି । ତେଣୁ ଅଧିକ ସଚେତନ ହୋଇ ନିୟମ ମାନିବାକୁ ପଡିବ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.