Latest Odisha News

BREAKING NEWS

ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତ ଦୁଇ ଶ୍ରେଣୀ ପାଇଁ ନାମଲେଖା ଅବଧି। ଆଡ୍‌ମିଶନ ପାଇଁ ଆବେଦନ କରିବା ଜୁନ ୩୦ ଯାଏ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ଦ୍ୱିତୀୟ ଥର ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏ ନେଇ  ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ଗତ ଥର ଆବେଦନର ଶେଷ ତାରିଖ ଜୁନ୍ ୨୬ତାରିଖ ଥିଲା । ଏବେ  ଜୁନ୍ ୩୦ ତାରିଖ ପର୍ଯ୍ୟୟନ୍ତ ଛାତ୍ରଛାତ୍ରୀ ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ କରିପାରିବେ। ତା ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା କିନ୍ତୁ ସରକାର ଜୁନ୍ ୨୬ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଥିଲେ।

ନୂଆ କରି ସ୍ୱୀକୃତି ପାଇଥିବା ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ କହିଛି ।

ସାମସ୍ ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୬ରୁ ୩୦ତାରିଖକୁ ବୃଦ୍ଧି କରାଯାଇଥିବା ବେଳେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ।  ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ପ୍ରକାଶ ପାଇବ ଓ ନାମଲେଖା ଜୁଲାଇ ୨୨ରେ ଶେଷ ହେବ ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

ସେହିପରି ଅନଲାଇନ୍ ସ୍ପଟ୍ ସିଲେକ୍ସନ ଆଡମିଶନ ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବ। ଏପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୪ଲକ୍ଷ ୬୩ହଜାର ୫୦୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.