Latest Odisha News

BREAKING NEWS

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଜୋସ ବଟଲର ୯୫ ଓ ସଞ୍ଜୁ ସାମସନ ୬୬ ରନର ଇନିଂସ ଖେଳିଥିଲେ । ୟଶସ୍ୱୀ ଜୈସୱାଲ ୩୫ ରନ କରିଥିଲେ । ବଟଲର ୫୯ ବଲରେ ୧୦ ଚୌକା ଓ ୪ଛକା ମାରିବା ସତ୍ୱେ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ଓ ମାର୍କୋ ଜାନସେନ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

ରାଜସ୍ଥାନ ୧୦ ମ୍ୟାଚରୁ ୧୦ ଏବଂ ହାଇଦ୍ରାବାଦ ୯ ମ୍ୟାଚରୁ ୬ ପଂଏଟ ହାସଲ କରିଛି । ବଟଲର ଓ ସାମସନ ଦ୍ୱିତୀୟ ୱିକେଟରେ ୧୩୮ ରନ ଯୋଗ କରିଥିଲେ । ସେମାନଙ୍କ ବ୍ୟାଟିଂ ଉପରେ ହାଇଦ୍ରାବାଦ ବୋଲର କୌଣସି ପ୍ରକାରର ଅଙ୍କୁଶ ଲଗାଇ ପାରି ନ ଥିଲେ ।

Leave A Reply

Your email address will not be published.