Latest Odisha News

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ମିଳିବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଏବେ ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ଉପଲବ୍ଧ ହେବ।

ଏହା ଫେବୃୟାରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଗ୍ରାହକ ମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରୁ କିଣିିପାରିବେ ।

ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍  ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି ସ୍କ୍ରିନ।

ଏହା ସହିତ ଏଥିରେ ରହିଛି ଏହି ସେଗମେଂଟର ଅଗ୍ରଣୀ ୭୦୦୦ ଏମଏଏଚ୍ ବ୍ୟାଟେରୀ ଯାହାକି ଗେମର ମାନଙ୍କ ପାଇଁ ଏକ ସ୍ୱପ୍ନର ଫୋନ୍ ହୋଇପାରିବ । ଏହି ଫୋନରେ ମଧ୍ୟ ରହିଛି ଫିଙ୍ଗରପ୍ରିଂଟ ସେନ୍ସର  ଓ ଫେସ ଅନଲକ୍ ବିକଳ୍ପ ।

ଏଥିରେ ରହିଥିବା ୬୪ ମେଗା ପିକ୍ସେଲ ବ୍ୟାକ୍ କ୍ୟାମେରାରେ ରହିଛି ଅଲଟ୍ରା ୱାଇଡ୍ ଓ ମାକ୍ରୋ ସୁଟିଂ । ଏହାର ୬ ଜିବି ରାମ୍ ବିଶିଷ୍ଟ ଫୋନ୍‌ର ମୂଲ୍ୟ ରହିଛି ଟ.୨୧,୪୯୯/ ଏବଂ ୮ ଜିବି ରାମ୍ ବିଶିଷ୍ଟ୍ ଫୋନ୍‌ର ମୂଲ୍ୟ ରହିଛି ଟ.୨୩,୪୯୯/, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଟ.୨୫୦୦/- ର ଆଇସିଆଇସିଆଇ ବ୍ୟାଙ୍କ ଇନ୍‌ଷ୍ଟାଂଟ ଡିସକାଉଂଟ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ରେ କିମ୍ବା ଟ.୨୫୦୦/- ପର୍ଯ୍ୟନ୍ତ ସିଟିବ୍ୟାଙ୍କ କ୍ରେଡିଟ କାର୍ଡ଼ ଇଏମଆଇରେ ଇନ୍‌ଷ୍ଟାଂଟ ଡିସକାଉଂଟ ।

ଯେଉଁ ଜିଓ ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ଏଫ୬୨ କୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହରୁ କ୍ରୟ କରିବାକୁ ବାଛିବେ ସେମାନେ  ଏହାର ଶୁଭାରମ୍ଭ ସମୟରେ ଅନ୍ୟାନ୍ୟ ସ୍ୱତନ୍ତ୍ର ଅଫର ଗୁଡିକର ଲାଭ ନେଇପାରିବେ ଯେଉଡଥିରେ ସାମିଲ୍ ରହିଛି ଟ.୧୦,୦୦୦/- ପର୍ଯ୍ୟନ୍ତ ଲାଭ ନେବାର ସୁବିଧା। ଏହି ଲାଭ ଗୁଡ଼ିକରେ ଅନ୍ତର୍ଭୁକ୍ତ ରହିଛି ଟ.୩୪୯/- ପ୍ଲାନର ପ୍ରିପେଡ୍ ରିଚାର୍ଜରେ ଟ.୩୦୦୦/- ର ଇନ୍‌ଷ୍ଟାଂଟ କ୍ୟାସବ୍ୟାକ୍ ଓ ପାର୍ଟନର ବ୍ରାଣ୍ଡରୁ ଟ.୭୦୦୦/- ପର୍ଯ୍ୟନ୍ତ ଭାଉଚର । ଏହି ଅଫର ନୂଆ ଓ ପୁରୁଣା ଜିଓ ଉପଭୋକ୍ତାଙ୍କ ନିମନ୍ତେ ପ୍ରଯୁଜ୍ୟ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.