Latest Odisha News

BREAKING NEWS

ଲଞ୍ଚ ହେଲା ସାମସଙ୍ଗ ଏସ୨୦ ସିରିଜର ତିନି ସ୍ମାର୍ଟଫୋନ; ଜାଣନ୍ତୁ କ’ଣ ରହିବ ଦାମ…

ନୂଆଦିଲ୍ଲୀ: ବହୁତ ସମୟ ଚର୍ଚ୍ଚାରେ ଥିବା ସାମସଙ୍ଗ ଶେଷରେ ଅଫିସିଆଲି ଭାବେ ଲଞ୍ଚ କରିଛି ନିଜର ଏସ୨୦ ଫ୍ଲାଗସିପ ସ୍ମାର୍ଟଫୋନ |

ଦକ୍ଷିଣ କୋରିଆର ଏହି କମ୍ପାନୀ ତାର ଏହି ସ୍ମାର୍ଟଫୋନ ଗାଲାକ୍ସି ଏସ୨୦, ଗାଲାକ୍ସି ଏସ୨୦+ ଓ ଗାଲାକ୍ସି ଏସ୨୦ ଅଲ୍ଟ୍ରା | ଏହାର ଲଂଚିଙ୍ଗ ସାନଫ୍ରାନସିସ୍କୋରେ ଏକ ଇଭେଣ୍ଟ ରେ ହୋଇଯାଇଛି | ଏହି ତିନି ସ୍ମାର୍ଟଫୋନ ରେ ଏକ ପ୍ରକାର ପ୍ରୋସେସର ରେ ତିଆରି ହୋଇଛି | ଏହାର କ୍ୟାମେରା, ବ୍ୟାଟେରୀ ଓ ଡିସପ୍ଲେ ଅନ୍ୟମାନଙ୍କ ଠାରୁ ଭିନ୍ନ ଅଟେ |

ଏହା ରହିଛି ଫିଚର୍ସ:

ଏହି ଫୋନରେ କ୍ୟୁଏଚଡି (୧,୪୪୦x୩,୨୦୦ ପିକ୍ସସେଲ) ରିଜୋଲ୍ୟୁସନ, ୧୨୦ଏଚ ରିଫ୍ରେସ ରେଟ ଓ ୫୬୩ ପିପିଆଇ ସହିତ ୬.୨ ଇଞ୍ଚ ଇନଫିନିଟି-O ଡାଇନାମିକ ଆମଲେଡ଼ ୨କ୍ସ ଡିସ୍ପଲେ ଦିଆଯାଇଛି | ଏହି ତିନି ଫୋନ ରେ ୧୨୮ ଜିବି ଷ୍ଟୋରେଜ ସହ ୮ ଜିବି ରୁ ୧୨ ଜିବି ପର୍ଯ୍ୟନ୍ତ ରାମ ଦିଆଯାଇଛି |ଗାଲାକ୍ସି ଏସ୨୦ ରେ ୪୦୦୦ ଏମଏଚ ବ୍ୟାଟେରୀ ଦିଆଯାଇଥିବା ବେଳେ, ଗାଲାକ୍ସି ଏସ୨୦+ ରେ ୪୫୦୦ ଏମଏଚ ବ୍ୟାଟେରୀ ଦିଆଯାଇଛି |

ସବୁଠୁ ଖାସ ହେଉଛି କ୍ୟାମେରା:
ସାମସଙ୍ଗର ଏହି ସ୍ମାର୍ଟଫୋନରେ ଟ୍ରିପଲ କ୍ୟାମେରା ସେଟଅପ ଦିଆଯାଇଛି | ଯେଉଁଥିରେ ସୁପର ସ୍ପୀଡ଼ ଡୁଆଲ ପିକ୍ସସେଲ ଏଏଫ ଓ ଓଆଇଏସ ସହିତ ୧୨ ମେଗାପିକ୍ସସେଲ ୱାଇଡ଼ ଆଙ୍ଗେଲ ସେନ୍ସର, ୧୨ ମେଗାପିକ୍ସସେଲ ଅଲ୍ଟ୍ରା-ୱାଇଡ଼ ଆଙ୍ଗେଲ ସେନ୍ସର ଓ ପିଡ଼ିଇଏଫ ଓ ଓଆଇଏସ ସହ ୬୪ ମେଗାପିକ୍ସସେଲ ଟେଲିସ୍କୋପିକ କ୍ୟାମେରା ସାମିଲ ଅଛି |

ଗାଲାକ୍ସି ଏସ୨୦ ର ମୂଲ୍ୟ ୭୧,୩୦୦ ଟଙ୍କା, ଗାଲାକ୍ସି ଏସ୨୦+ ର ମୂଲ୍ୟ ୮୫,୫୦୦ ଧାର୍ଯ୍ୟ କରାଯାଇଛି |

 

Leave A Reply

Your email address will not be published.