Latest Odisha News

ସନମ୍ ତେରୀ କସମ୍; ବକ୍ସ ଅଫିସରେ ଫ୍ଲପ୍ ଫିଲ୍ମ ଏବେ କରୁଛି ଧମାଲ୍…

ନୂଆଦିଲ୍ଲୀ: ବଲିଉଡରେ ଫିଲ୍ମଗୁଡ଼ିକୁ ରି-ରିଲିଜ କରିବାର ଧାରା ଜାରି ରହିଛି। ଏହି ଧାରାରେ ଥିବା ଲାଟେଷ୍ଟ ଫିଲ୍ମ ହେଉଛି ‘ସନମ୍ ତେରୀ କସମ୍’। ୨୦୧୬ରେ ମୁକ୍ତିଲାଭ ସମୟରେ ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମର କାହାଣୀ ଦର୍ଶକଙ୍କୁ ଛୁଇଁ ଥିଲେ ମଧ୍ଯ ଭଲ କଲେକ୍ସନ କରିପାରିନଥିଲା।

ଏହି ରୋମାଣ୍ଟିକ ଡ୍ରାମା ରି-ରିଲିଜ ହେବା ପରେ ବକ୍ସ ଅଫିସରେ ଧମାଲ୍ ମଚାଇବା ସହ ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିବାର ସୁଯୋଗ ପାଇଛି।

ଶୁକ୍ରବାର (୭ ଫେବୃଆରୀ) ଦିନ କଲେକ୍ସନ ୪.୭୫ କୋଟି ଟଙ୍କାରେ ଆରମ୍ଭ କରିବା ପରେ ପ୍ରଥମ ୱିକେଣ୍ଡ ସୁଦ୍ଧା ୧୫ କୋଟିରୁ ଅଧିକ ଆୟ କରିପାରିଥିଲା। ଯାହାକି ପୂର୍ବ ଅପେକ୍ଷା ଖୁବ୍ ଅଧିକ ରହିଛି। ଅଭିନେତା ହର୍ଷବର୍ଦ୍ଧନ ଏବଂ ଅଭିନେତ୍ରୀ ମାୱରା ହୁକେନଙ୍କ ଫିଲ୍ମ ରି-ରିଲିଜ ପରେ ଉଭୟ ପୁରୁଣା ଏବଂ ନୂଆ ପ୍ରଶଂସକଙ୍କୁ ଆକର୍ଷିତ କରିପାରିଛି।

ମାତ୍ର ଚାରି ଦିନ ମଧ୍ୟରେ ଫିଲ୍ମଟି ୧୬.୭୫ କୋଟିରୁ ୧୭.୭୫ କୋଟି ପର୍ଯ୍ୟନ୍ତ ଆୟ କରିଛି। ଯାହା ୨୦୧୬ ମସିହା ତୁଳନାରେ ଖୁବ୍ ଅଧିକ ଅଟେ।

 

Comments are closed.