Latest Odisha News

BREAKING NEWS

ଡିଏମକେର ଧର୍ମ ରାଜନୀତି: ଉଦୟନିଧିଙ୍କ ପରେ ସାଂସଦ ସନାତନ ଧର୍ମକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:ପୁଣି ଧର୍ମକୁ ନେଇ ଡିଏମକେର ରାଜନୀତି  । ଡିଏମକେ ସରକାରରେ ଥିବା ମନ୍ତ୍ରୀ   ଉଦୟନିଧି ଷ୍ଟାଲିନଙ୍କ ପରେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଉ ଜଣେ ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା ।

ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, ମେଲରିଆ ସହ ତୁଳନା କରି ଏହାକୁ ଓପାଡି ଫିଙ୍ଗି ଦେବା ଉଚିତ ବୋଲି କହିଥିଲେ । ସାଂସଦ ଆଉ ପାଦେ ଆଗକୁ ଯାଇଛନ୍ତି । ସେ ସନାତନ ଧର୍ମକୁ ଏଡ୍ସ, କୁଷ୍ଠ ରୋଗ ସହ ତୁଳନା କରିଛନ୍ତି ।

ସାଂସଦ ଏ ରାଜା ଗୁରୁବାର କହିଛନ୍ତି, ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠ ରୋଗ ସହ ତୁଳନା କରିବା ଉଚିତ। ସାଂସଦ ନିଜ ସ୍ୱରକୁ ଆହୁରି ରୁକ୍ଷ କରି କହିଛନ୍ତି, ସନାତନ ଧର୍ମ ସମ୍ପର୍କରେ ଉଦୟନିଧିଙ୍କ ସ୍ୱର ନରମ ହୋଇଗଲା ।

ସାଂସଦ କହିଛନ୍ତି ‘ସନାତନ ଏବଂ ବିଶ୍ୱକର୍ମା ଯୋଜନା ମଧ୍ୟରେ କିଛି ବିଭେଦ ନାହିଁ । ଉଭୟ ସମାନ । ଉଦୟନିଧି ଷ୍ଟାଲିନଙ୍କ ସ୍ୱର ନରମ ଥିଲା । ତେଣୁ ସେ ଏହି ଧର୍ମକୁ ମେଲିରିଆ ଏବଂ ଡେଙ୍ଗୁ ସହ ତୁଳନା କରି ଏହାକୁ ଉପାଡି ଫିଙ୍ଗି ଦେବାକୁ କହିଥିଲେ । ତେଣୁ ସେ  ଏହାକୁ ଏଚଆଇଭି ଏବଂ କୁଷ୍ଠରୋଗ ଭଳି ସାମାଜିକ ବାଚ୍ଛନ୍ଦ ହେବା ପରି ରୋଗ  ସହ ତୁଳନା କରିଛନ୍ତି ।’

ସେ ନିଜ ବୟାନ ଉପରେ ଉପରେ ସଙ୍କୋଚବୋଧ କରିବା ଦୂରର କଥା,  ‘ ଯାହାକୁ ଆଣୁଛ ଆଣ, ମୁଁ ଏ ପ୍ରସଙ୍ଗରେ ଡିବେଟ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଦୃଢ ସ୍ୱରରେ କହୁଛନ୍ତି ସାଂସଦ ଏ ରାଜା ।

ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଏପରି ବିବାଦୀୟ ବୟନ ନିଆଁରେ ଘିଅ ପକାଇବା ପରେ ହେଉଛି ।  ତେବେ ଖାଲି ଡିଏମେକେ ନୁହେଁ, ଇଣ୍ଡିଆ ମେଣ୍ଟର ଗୋଟିଏ ପରେ ଗୋଟିଏ ନେତା ଧର୍ମକୁ ନେଇ ଏପରି ବିବାଦୀୟ ବୟାନ ଦେଇଛନ୍ତି । ମେଣ୍ଟ ଇଣ୍ଡିଆର ଅନ୍ୟତମ ସହଯୋଗୀ ଆରଜେଡିର ସାଂସଦ ଜଗଦାନନ୍ଦ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି । ସେ  ସନାତନ ଧର୍ମକୁ ନେଇ କହିଛନ୍ତି ମଥାରେ ଟିକା ଲଗାଇ ଯେଉଁମାନେ ବୁଲୁଛନ୍ତି ସେମାନେ ଏବେ ଦେଶକୁ ଗୁଲାମ କରି ରଖିବାକୁ ଯାହୁଁଛନ୍ତି ।  ଦେଶରେ କେବଳ ମନ୍ଦିର ନିର୍ମାଣ କଲେ କାମ ସରେନି ବୋଲି କହି ସେ  ଆରଏସଏସକୁ ଟାର୍ଗେଟ କରିଛନ୍ତି ।

ଅନ୍ୟପକ୍ଷେ ଏ ପ୍ରସଙ୍ଗରେ ଉଦୟନିଧିଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ  କହିଛନ୍ତି, ‘ସନାତନ ଧର୍ମ ଏକ ଆସ୍ଥା । ଏକ ଆସ୍ଥାକୁ କେହି କେବେ ଚାଲେଞ୍ଜ ଦେଇ ନ ପାରେ ।’

ଯାହା ବି ହେଉ, ସନାତନ ଧର୍ମକୁ ନେଇ ବିବାଦ ବଢୁଥିବାବେଳେ ନିଜ ସ୍ୱର ନରମ କହିଛନ୍ତି ‘ମୋ କଥାର ଭୁଲ ଅର୍ଥ ବାହାର କରାଯାଉଛି । କୌଣସି ଧର୍ମର ମୁଁ ଶତ୍ରୁ ନୁହେଁ ।‘

Comments are closed.