Latest Odisha News

BREAKING NEWS

ଗୋଆ ମିରାମାର ବେଳାଭୂମିରେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି

ଭୁବନେଶ୍ୱର : ଜାଗର ପାଇଁ ଚଳଚଞ୍ଚଳ ପୂର ଠୁ ପଲ୍ଲୀ । ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି |

ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ ନନ୍ଦୀଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ  । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା  ।

ଏହି ବାଲୁକା ମୂର୍ତ୍ତିଟି ୭ ଫୁଟ ଲମ୍ବା ଏବଂ ୨୦ଫୁଟ ଓସାର ବିଶିଷ୍ଟ  ।  ଏହି ବାଲୁକା ମୂର୍ତ୍ତିଟି ନିର୍ମାଣ କରିବା ପାଇଁ 20ଟନ ବାଲି ଉପଯୋଗ । ଏଥିସହ ଏହି ବାଲୁକା ମାଧ୍ୟମରେ  ‘‘ଶୁଭ ମହାଶିବରାତ୍ରୀ’’ ଏବଂ “ବିଶ୍ୱ ଶାନ୍ତି” ର ବାର୍ତ୍ତା ଦେଇଛନ୍ତି  ।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଏବଂ ଯୋଗ ଗୁରୁ ବାବା ରାମଦେବ ଏହି ବାଲୁକା ମୂର୍ତ୍ତିକୁ ଉଦଘାଟନ କରିଥିଲେ  । ପ୍ରଭୁ ମହାଦେବଙ୍କ ବାଲୁକା କଳା ପାଖରେ ଆଳତି କରିବା ସହ ରୁଦ୍ରାଭିଷେକ ମଧ୍ୟ କରିଥିଲେ । ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି ଦେଖି ମାନସ ସାହୁଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଏବଂ ଯୋଗ ଗୁରୁ ବାବା ରାମଦେବ  ।

Leave A Reply

Your email address will not be published.