Latest Odisha News

BREAKING NEWS

ବାଲୁକାକଳାରେ ‘ସହିଦ ବାଜି ରାଉତ’ଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ୧୯୨୬ ମସିହା ୫ ଅକ୍ଟୋବର ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

https://twitter.com/sudarsansand/status/1180314323832299520?s=08

ସୂଚନାଯୋଗ୍ୟ, ମାତ୍ର୧୨ ବର୍ଷର କୋମଳମତି ବାଳକ ଦୁନିଆକୁ ଭଲଭାବେ ବୁଝିବା ପୂର୍ବରୁ ଇଂରେଜ ମାନଙ୍କ ଗୁଳିରେ ସହିଦ ହୋଇ ପଡିଥିଲା । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ରାତିରେ ପ୍ରଜାମଣ୍ଡଳର କିଛି ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗିରହିଥିଲେ । ସେ ସମୟରେ ଇଂରେଜ ମାନଙ୍କୁ ନଦୀ ପାର ନକରେଇବା ପାଇଁ ତାଙ୍କୁ କୁହାଯାଇଥିଲା । ଏଥିସହିତ ଇଂରେଜ ମାନଙ୍କୁ ନଦୀ ପାର ନକରେଇ ଦେବା ସହ ତାଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବ ।

ଅନ୍ୟପକ୍ଷରେ ପ୍ରଜା ମଣ୍ଡଳର ହୁକୁମ ରକ୍ଷା କରି ସେ ଇଂରେଜ ମାନଙ୍କୁ ନଦୀ ପରି କରାଇ ଦେଇନଥିଲେ ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଗୋରା ସାହେବଙ୍କ ଆଖିବୁଜା ଗୁଳି ଚାଳନାରେ ପ୍ରାଣହରାଇଥିଲେ ବାଜି ରାଉତ ।

Leave A Reply

Your email address will not be published.