Latest Odisha News

ବାଲୁକା କଳାରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା । ଦଇତାପତି ସେବାୟତ ମାନେ ଦାରୁଦିଅଁଙ୍କୁ ରତ୍ନବେଦୀରୁ ଓହ୍ଲାଇ ଆଣି ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ । ସମସ୍ତ ନୀତିକାନ୍ତି ପରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇ ହାତୀ ବେଶରେ ଦର୍ଶନ ଦେବେ ଚାରି ଠାକୁର ।

ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳା ଭୂମିରେ ସ୍ନାନ ବେଦୀ ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ବଡ ପ୍ରତିମା ନିର୍ମାଣ କରିଛନ୍ତି ଯାହା ବେଶ ଆକର୍ଷଣୀୟ ହୋଇଛି ।

 

Comments are closed.