Latest Odisha News

BREAKING NEWS

କେରଳ ବନ୍ୟା ପୀଡ଼ିତଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେରଳ ବନ୍ୟାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଆତ୍ମାମାନଙ୍କ ପ୍ରତି ବାଲୁକା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସମବେଦନା ଜଣାଇ ସୁଦର୍ଶନ ଟ୍ୱିଟ୍ ମାଧ୍ୟମରେ ନିଜର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟର୍ ରେ ସେ ବନ୍ୟା ପ୍ରପୀଡ଼ିତଙ୍କ ଲାଗି ଦୁଃଖ ପ୍ରକାଶ କରିବା ସହିତ ବନ୍ୟା ପୀଡ଼ିତଙ୍କ ଲାଗି ସମସ୍ତେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

ପୁରୀ ବେଳାଭୂମୀରେ ଏହି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଉତ୍ସର୍ଗ କରିଛନ୍ତି ।

ସୁଦର୍ଶନ ବନ୍ୟାର ଭୟାନକ ଦୃଶ୍ୟକୁ ଏହି ବାଲୁକା କଳାରେ ସ୍ଥାନ ଦେଇଛନ୍ତି । ସେ ଏହି କଳାକୃତି ଉପରେ ଲେଖିଛନ୍ତି “ସହଯୋଗର ହାତ ବଢାନ୍ତୁ , କେରଳ ପ୍ରପୀଡ଼ିତଙ୍କୁ ସାହାଯ୍ୟ କରନ୍ତୁ” ।

Leave A Reply

Your email address will not be published.