Latest Odisha News

BREAKING NEWS

ଆଜି ଅବତରଣ କରିବ ଚନ୍ଦ୍ରଯାନ-୩: ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ:  ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ-୩। ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି  । ଯାହାକୁ ସାରା ବିଶ୍ବ ଚାହିଁରହିଛି  । ଏହି ଅବସରରେ ଚନ୍ଦ୍ରଯାନ-୩ର ସଫଳତା ନେଇ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ ଟନ୍ ବାଲିରେ ୧୫ଫୁଟ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଏହି ଆକର୍ଷଣୀୟ ବାଲୁକାକୃତି ନିର୍ମାଣ କରିଛନ୍ତି। ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ , ତାହାକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।

ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ । ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ତ କରିବ। ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରଯାନ-3ର ଅବତରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୬ ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଚନ୍ଦ୍ରାୟନ-୩  ଶେଷ ପର୍ଯ୍ୟାୟରେ ରହିଛି ।  ସମୟ ଯେତେ ପାଖେଇ ଆସୁଛି , ସେତିକି ସ୍ଥିତି ସୃଷ୍ଟି ହେଉଛି  ।  ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଏପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

 

Leave A Reply

Your email address will not be published.