Latest Odisha News

BREAKING NEWS

ବାଲି ନେଲା ଜୀବନ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ମୃତ

ଭୁବନେଶ୍ୱର: ପିପିଲି ମଙ୍ଗଳପୁର ଛକ ନିକଟ ଜାତୀୟ ରାଜପଥ-୩୧୬ରେ ମଙ୍ଗଳବାର ଦିନ ସଡ଼କ ଦୁର୍ଘଟଣାରେ ଏକ ସ୍ଥାନୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ଶୀଲା ପଟ୍ଟନାୟକ। ସେ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ତାଙ୍କ ପରିବାରରେ ନାବାଳକ ପୁଅ ଏବଂ ତାଙ୍କ ବାପାମା ଅଛନ୍ତି।

ସୂଚନା ଅନୁଯାୟୀ, ଜଣେ ମହିଳା ସାଙ୍ଗଙ୍କ ସହିତ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ବେଳେ ଭୁବନେଶ୍ୱର-ପୁରୀ ରାଜପଥରେ ପଡ଼ିଥିବା ବାଲି ଉପରେ ଚଢ଼ିଯିବାରୁ ତାଙ୍କ ଗାଡ଼ି ସ୍ଲିପ ହୋଇଥିଲା। ଏହି ସମୟରେ ପଛରୁ ଆସୁଥିବା ଏକ ବସ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସାଙ୍ଗଙ୍କୁ ମଙ୍ଗଳପୁର ନିକଟସ୍ଥ ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଶୀଲାଙ୍କୁ ତାଙ୍କ ପ୍ରେସ୍ ଆଇଡି କାର୍ଡରୁ ଚିହ୍ନଟ କରିଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ବସ୍ ଡ୍ରାଇଭର ପରେ ସାକ୍ଷୀଗୋପାଳ ଥାନାରେ ଆତ୍ମସମର୍ପଣ କରିଥିଲେ।

ଅପରପକ୍ଷରେ ଦୁର୍ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଚାଲିଥିବା ବେଳେ ବାଲି ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ପାଇଁ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

 

Leave A Reply

Your email address will not be published.