Latest Odisha News

BREAKING NEWS

ସାଣ୍ଡେଲଉଡ଼ ଡ୍ରଗ୍ସ ମାମଲା: ୫ ଦିନ ଯାଏଁ ଇଡି କଷ୍ଟେଡିରେ ଏହି ଦୁଇ ଅଭିନେତ୍ରୀ 

ବେଙ୍ଗାଲୁରୁ: ବେଙ୍ଗାଲୁରୁର ସ୍ୱତନ୍ତ୍ର ନାର୍କୋଟିକ୍ ଡ୍ରଗ୍ସ ଏବଂସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ୍) କୋର୍ଟ କନ୍ନଡ ଅଭିନେତ୍ରୀଙ୍କୁ କଷ୍ଟେଡିରେ ନେଇଛି । ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଏହି ଦୁହିଁଙ୍କୁ ଗିରଫ କରାଯାଇଥିବା ସୂଚନା।

ଇଡି ଏହାର ଆବେଦନରେ ଦର୍ଶାଇଛି ଯେ, କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ୍ ରାକେଟ ସମ୍ବନ୍ଧୀୟ ମନି ଲାଣ୍ଡରିଂ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାକୁ ପଡିବ।

ଇଡି ତାଙ୍କ ଆବେଦନରେ କହିଛନ୍ତି ଯେ, ଏହି ମାମଲାରେ ରାଗିଣୀ, ସଞ୍ଜନା, ପାର୍ଟିର ଆୟୋଜକ ବିରେନ୍ ଖାନ୍ନା ଏବଂ ରାହୁଲ ଟୋନ୍ସେଙ୍କ ସହ ଆରଟିଓ କାର୍ଯ୍ୟାଳୟର ଦ୍ଵିତୀୟ ଶ୍ରେଣୀର କ୍ଲର୍କ ଏବଂ ରାଗିଣୀଙ୍କ ଘନିଷ୍ଠ ବନ୍ଧୁ ରବି ଶଙ୍କରଙ୍କୁ ପଚରାଉଚରା କରିବାକୁ ଚାହୁଁଛି।

Comments are closed.