Latest Odisha News

କ୍ୟାନସର ଆକ୍ରାନ୍ତ ଗାଏକ୍ୱାଡଙ୍କୁ ଆର୍ଥୀକ ସହଯୋଗ ଯୋଗାଇଦେବା ପାଇଁ ବିସିସିଆଇକୁ ଅନୁରୋଧ କଲେ ସନ୍ଦୀପ ପାଟିଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନ ଅଂଶୁମାନ ଗାଏକ୍ୱାଡ ଏବେ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସନ୍ଦୀପ ପାଟିଲ ବିସିସିଆଇକୁ ଅନୁରୋଧ କରିଛନ୍ତି । ଗାଏକ୍ୱାଡ ଏବେ ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପାଟିଲ ସେଠାରେ ତାଙ୍କୁ ଭେଟିବା ପରେ ପରବର୍ତୀ ପର୍ଯ୍ୟାୟ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ବୋଲି ଗାଏକ୍ୱାଡଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ଏହା ପରେ ପାଟିଲ ଓ ଦିଲୀପ ଭେଙ୍ଗସରକାର ବିସିସିଆଇ କୋଷାଧ୍ୟକ୍ଷ ଆଶୀଷ ସୋଲାରଙ୍କ ସହ ଏ ନେଇ ଆଲୋଚନା କରିଥିଲେ । ସୋଲାର ମଧ୍ୟ ସହଯୋଗ ନେଇ ଆଶ୍ୱସନା ଦେଇଛନ୍ତି ।

ଗାଏକ୍ୱାଡ ଭାରତ ପକ୍ଷରୁ ୧୯୭୫ରୁ ୧୯୮୭ ପର୍ଯ୍ୟନ୍ତ ୪୦ଟି ଟେଷ୍ଟ ଏବଂ ୧୫ ଦିନିକିଆ ଖେଳିଛନ୍ତି । ୧୯୯୭ରୁ ୧୯୯୯ ଓ ପରେ ୨୦୦୦ରେ ଭାରତୀୟ ଟିମର କୋଚ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ୨-୧ରେ ଜିତିଥିଲା । ଏହି ସିରିଜରେ ଅନୀଲ କୁମ୍ବଲେ ଗୋଟିଏ ଇନିଂସରେ ୧୦ ୱିକେଟ ନେବା କୀର୍ତିମାନ ସ୍ଥାପନ କରିଛନ୍ତି ।

Leave A Reply

Your email address will not be published.