Latest Odisha News

BREAKING NEWS

ସନ୍ଦୀପ, ସମୀକ୍ଷା, ତପନଙ୍କୁ ଓସ୍‌ଜା ଦାୟିତ୍ବ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ସାଧାରଣ ପରିଷଦ ବୈଠକ ଶନିବାର ଭୁବନେଶ୍ବରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଉପସ୍ଥାପନ ସହିତ ୨୦୨୬-୨୭ କାର୍ଯ୍ୟ ଖସଡ଼ା ନିର୍ଦ୍ଧାରଣ କରାଯାଇଥିଲା । ଏହି ଅବସରରେ ୨୦୨୬-୨୮ ଦୁଇ ବର୍ଷ ପାଇଁ ଓସ୍‌ଜାର ନୂଆ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ସନ୍ଦୀପ ମିଶ୍ର ସଭାପତି ପଦ ବଜାୟ ରଖିଥିବାବେଳେ ସମୀକ୍ଷା ପଟ୍ଟନାୟକ, ତପନ କୁମାର ସ୍ବାଇଁ, ସୁରେଶ କୁମାର ସ୍ବାଇଁ ପ୍ରଥମ ଥର ପାଇଁ କ୍ରମାନ୍ବୟରେ କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି ।

ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉପ-ସଭାପତି ଭାବେ ହିମାଂଶୁପତି ମିଶ୍ର, ସଂଜୀବ ବିଶ୍ବାଳ, ଦେବୀପ୍ରସନ୍ନ ମହାନ୍ତି ଏବଂ ଯୁଗ୍ମ ସମ୍ପାଦକ ଭାବେ ଦେବାଶିଷ ସୁନ୍ଦରାୟ, ଶୁଭଲକ୍ଷ୍ମୀ ବଳ, ବିମଳ କୁମାର ରାଉଳ ମନୋନୀତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିରେ କେ. ରବି, ସମ୍ବିତ ମହାପାତ୍ର, ଜ୍ଞାନରଂଜନ ମିଶ୍ର, ଡି. ନିରଂଜନ ରେଡ୍ଡୀ, ଶକ୍ତି ପ୍ରସାଦ ନନ୍ଦ, ବେଣୁଧର ଦାସ, ତୁଷାର କୁମାର ସେନାପତି ସ୍ଥାନ ପାଇଛନ୍ତି । ସନ୍ଦୀପ ମିଶ୍ରଙ୍କ ପୌରୋହିତ୍ୟ କରିଥିବାବେଳେ ସମୀକ୍ଷା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.