Latest Odisha News

ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ସିନିୟର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡି ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆନ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ସାନିଆ ଆଗୁଆ ଘୋଷଣା କରିଛି । ଯଦି ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିବେ ତାହାହେଲେ ତାଙ୍କ ବିଦାୟୀ ମ୍ୟାଚ ସ୍ମରଣୀୟ ହୋଇ ରହିବ । ଭାରତୀୟ ଯୋଡି ସେମିଫାଇନାଲରେ ଗ୍ରେଟ ବ୍ରିଟେନର ନୀଲ ସ୍କୁପସ୍କି ଓ ଆମେରିକାର ଦେସିରା କ୍ରାଜିକଙ୍କୁ ୭-୬, ୬-୭ ଓ ୧୦-୬ ସେଟରେ ପରାସ୍ତ କରିଥିଲେ ।

୩ଟି ଯାକ ସେଟ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୂର୍ବରୁ କ୍ୱାର୍ଟର ଫାଇନାଲରେ ଜେଲେନା ଓଷ୍ଟାପେଙ୍କୋ ଓ ଡେଭିଡ ୱେଗା ଓହରିଯିବାରୁ ସାନିଆ-ବୋପାନ୍ନାଙ୍କୁ ୱାକ ଓଭର ମିଳିଥିଲା । ସେହିପରି ପ୍ରି-କ୍ୱାର୍ଟରରେ ସେମାନେ ଉରୁଗୁଏ ଓ ଜାପାନୀ ଯୋଡି ଏରିୟଲ ବେହାର-ମକାଟୋ ନିନୋମିୟାଙ୍କୁ ୬-୪, ୭-୬ ସେଟରେ ପରାସ୍ତ କରିଥିଲେ ।

Leave A Reply

Your email address will not be published.