Latest Odisha News

BREAKING NEWS

ସାନିଆ-ସାମୀଙ୍କ ବିବାହ ନେଇ ମୁହଁ ଖୋଲିଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସେହିପରି ଭାରତୀୟ କ୍ରିକେଟର ମହମ୍ମଦ ସାମୀ ମଧ୍ୟ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡିଆରେ ସାନିଆ ଓ ସାମୀଙ୍କ ବିବାହ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଇଲା । ଉଭୟ ବିବାହ ନେଇ ସୋସିଆଲ ମିଡିଆରେ ମତ ରଖିଥିଲେ । ସେମାନଙ୍କ ମତକୁ ନେଇ ପ୍ରଶଂସକମାନେ ଏ ଭଳି ଖବର ପ୍ରକାଶ କରିଥିଲେ । ଏବେ ଏହି ଖବର ନେଇ ସାନିଆଙ୍କ ପିତା ଇମ୍ରାନ ମିର୍ଜା ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବରର କୌଣସି ସତ୍ୟତା ନାହିଁ ।

କ୍ରୀଡାବିତ ଭାବେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ସାମୀ ୨୦୨୩ ଦିନିକିଆ ବିଶ୍ୱକପ ପରଠାରୁ କ୍ରିକେଟଠାରୁ ଦୂରରେ ରହିଛନ୍ତି । ନିକଟରେ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ସାନିଆ କିଛି ଦିନ ତଳେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ । ତାଙ୍କ ଘରର ନେମ ପ୍ଲେଟରେ ସାନିଆ ଓ ଇଜହାନ ଲେଖା ଯାଇଥିଲା । ସୂଚନାଯୋଗ୍ୟ, ସାନିଆଙ୍କ ପୁଅର ନାମ ଇଜହାନ ।

Leave A Reply

Your email address will not be published.