ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ଦୁବାଇରୁ ଗୋଲ୍ଡେନ ଭିଜା ମିଳିଛି । ତୃତୀୟ ଭାରତୀୟ ଭାବେ ସେ ଏହି ସମ୍ମାନ ପାଇଛନ୍ତି । ସେ ଏବେ ଚାହିଁଲେ ତାଙ୍କ ପତି ତଥା କ୍ରିକେଟର ଶୋଏବ ମଲିକଙ୍କ ସହ ଦୁବାଇରେ ରହିପାରିବେ । ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ ଏବଂ ଶାହାରୁଖ ଖାଁଙ୍କୁ ମଧ୍ୟ ଏହି ସମ୍ମାନ ମିଳି ସାରିଛି ।
୧୦ ବର୍ଷ ପର୍ଯ୍ୟନ୍ତ ଗୋଲ୍ଡେନ ଭିଜା ପାଇବା ପରେ ସାନିଆ ପରିଚୟ ଏବଂ ଫେଡେରାଲ ଅଥରିଟି ଶେଖ ମହମ୍ମଦ ବିନ ରସିଦଙ୍କୁ ଧନ୍ୟବାଦ ଦେଇଛନ୍ତି । ଦୁବାଇ ମୋର ଅତି ପ୍ରିୟ ସ୍ଥାନ । ଏଠାରେ ମୁଁ ମୋର ଦ୍ୱିତୀୟ ଘର ଭାବେ ରହିବାକୁ ଚାହୁଁଛି ବୋଲି ସାନିଆ କହିଛନ୍ତି । ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ବିଭାଗର ବ୍ୟକ୍ତିଙ୍କୁ ଏହି ଭିଜା ପ୍ରଦାନ କରାଯାଇଥିଲା । ପରେ ଏହାର ନିୟମରେ ପରିବର୍ତନ କରାଯାଇଥିଲା ।
Comments are closed.