Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ସେମିରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ନିକଟରେ ଟାଇଟଲ ହାସଲ କରିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଏବଂ ଭାରତର ରୋହନ ବୋପାନ୍ନା ଯୋଡି ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ହେବାକୁ ଥିବା କ୍ୱାର୍ଟର ଫାଇନାଲରେ ସ୍ପେନର ୱେଗା ହର୍ଣ୍ଣାଣ୍ଡିଜ ଓ ଲାଟଭିୟାର ଜେନେନା ଓସ୍ତାପେଙ୍କୋ ଯୋଡି ଅନୁପସ୍ଥିତ ରହିଥିଲେ । ଫଳରେ ଭାରତୀୟ ଯୋଡିଙ୍କୁ ୱାକ ଓଭର ମିଳିଥିଲା । ଜାନୁୟାରୀ ୨୬ ଦିନ ସେମିଫାଇନାଲ ମ୍ୟାଚ ଖେଳାଯିବ ।

ପୂର୍ବରୁ ଭାରତୀୟ ଯୋଡି ପ୍ରିକ୍ୱାର୍ଟର ଫାଇନାଲରେ ଉରୁଗୁଏର ଏରିୟଲ ବେହର ଓ ଜାପାନର ମାକୋଟୋ ନିମୋନିଆ ଯୋଡିଙ୍କୁ ୬-୪, ୭-୬ ସେଟରେ ପରାସ୍ତ କରିଥିଲେ । ୨୦୧୭ରେ ବୋପାନ୍ନା-ସାନିଆ ଫ୍ରେଂଚ ଓପନରେ ମିକ୍ସଡ ଡବଲ୍ସ ଟାଇଟଲ ହାସଲ କରିଥିଲେ । ୨୦୦୯ରେ ମହେଶ ଭୂପତିଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ।

Leave A Reply

Your email address will not be published.