ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ପୁଅ ଇଂଲଣ୍ଡରେ ଲିଙ୍ଗ ପରିବର୍ତନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏବେ ପୁଅରୁ ଝିଅ ହୋଇଛନ୍ତି । ତାଙ୍କ ନୂଆ ଲୁକ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପୂର୍ବ ନାମ ଆର୍ଯ୍ୟନ ବାଙ୍ଗର ଥିଲା ଏବେ ସେ ଏହାକୁ ବଦଳାଇ ଅନାୟା ବାଙ୍ଗର କରିଛନ୍ତି । ଭାରତରେ ପଂହଚିବା ପରେ ସେ ମୁମ୍ବାଇର ଏକ ପ୍ରତିଷ୍ଠିତ ସେଲୁନକୁ ଯାଇ ମେକଅପ କରିଥିଲେ । ଏହା ପରେ ତାଙ୍କ ଲୁକ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ମାଂଚେଷ୍ଟରରେ ହରମୋନ ରିପ୍ଲେସମେଂଟ ସର୍ଜରୀ ସେ କରାଇଥିଲେ । ବାପାଙ୍କ ପରି ବାଙ୍ଗର ମଧ୍ୟ କ୍ରିକେଟର ରହିଥିଲେ । ସେ ଇଂଲଣ୍ଡର କେତେକ କାଂଉଟି କ୍ଲବ ପକ୍ଷରୁ ଖେଳିଛନ୍ତି ।
ଭାରତରେ ସେ ଯଶସ୍ୱୀ ଜୈସୱାଲଙ୍କ ସହ ମଧ୍ୟ କ୍ରିକେଟ ଖେଳିଛନ୍ତି । ଉଭୟ ମୁମ୍ବାଇ ୧୬ ବର୍ଷରୁ କମ ଟିମର ସେମାନେ ସଦସ୍ୟ ଥିଲେ । ଅନାୟା ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି । ସେ ଅପେରେଶନ ସମୟର ସମସ୍ତ ତଥ୍ୟ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ନୂତନ ପରିଚୟ ନେଇ ଅନାୟା ସଫଳତା ହାସଲ କରନ୍ତୁ ବୋଲି ବାଙ୍ଗର କହିଛନ୍ତି । ତେବେ ସେ କଣ ପାଇଁ ତାଙ୍କ ଲିଙ୍ଗ ପରିବର୍ତନ କଲେ ତାହା ସ୍ପଷ୍ଟ କରି ନାହାନ୍ତି ।
Comments are closed.