Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟର ସ୍ଥିତି ଖରାପ; T20 World Cup ବଏକଟ ଧମକକୁ ନେଇ ବର୍ଷିଲେ ପୂର୍ବତନ ଖେଳାଳୀ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକର ପାକିସ୍ତାନ କ୍ରିକେଟ ର ସ୍ଥିତି ନେଇ ବର୍ଷିଛନ୍ତି।

ସେ କହିଛନ୍ତି ଯେ, ଆଗାମୀ T20 ବିଶ୍ୱକପ୍ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ମ୍ୟାଚ୍ ନ ହୁଏ, ତେବେ ଏହା ଏକ ବଡ଼ କଥା ହେବ ନାହିଁ କାରଣ ପାକିସ୍ତାନ ଆଉ ଭାରତ ପରି ଶକ୍ତିଶାଳୀ ନୁହେଁ।

ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ନ ହୁଏ, ତେବେ ଏହା ଏକ ବଡ଼ କଥା ହେବ ନାହିଁ। କହିବାକୁ ଗଲେ ବହୁତ ଦିନ ଧରି, ପ୍ରକୃତ ଖେଳ ମ୍ୟାଚ୍ ଦେଖିବାକୁ ମିଳୁନାହିଁ। କାରଣ ସ୍ପଷ୍ଟ ଯେ ଭାରତ ଏବଂ ପାକିସ୍ତାନ ଆଉ ସମାନ ସ୍ତରରେ ନାହାନ୍ତି।”

ସେ ଆହୁରି କହିଛନ୍ତି, “୯୦ ଦଶକ ଏବଂ ପୂର୍ବରୁ ଏହା ମଜାଦାର ଥିଲା କାରଣ ପାକିସ୍ତାନ ଏକ ଶକ୍ତିଶାଳୀ ଦଳ ଥିଲା। କିନ୍ତୁ ଏବେ ନୁହେଁ। ଏବେ ଯେତେବେଳେ ଭାରତ ପାକିସ୍ତାନକୁ ପରାସ୍ତ କରେ ସେତେବେଳେ ଏପରି ଲାଗେ ଯେ ଭାରତ ଏକ ଦୁର୍ବଳ ଦଳକୁ ପରାସ୍ତ କରୁଛି।” ପୂର୍ବରୁ ପାକିସ୍ତାନକୁ ପରାସ୍ତ କରିବା ଭଲ ଲାଗୁଥିଲା।

ପାକିସ୍ତାନ ତାର T20 ଅନ୍ତର୍ଜାତୀୟ ଇତିହାସରେ ଭାରତକୁ କେବଳ ତିନି ଥର ପରାସ୍ତ କରିଛି। ଏହି ଫର୍ମାଟରେ ‘ମେନ୍ ଇନ୍ ବ୍ଲୁ’ ବିପକ୍ଷରେ ସେମାନଙ୍କର ଶେଷ ବିଜୟ ୨୦୨୨ ମସିହାରେ ଦୁବାଇରେ ହୋଇଥିଲା। ଭାରତ ସେମାନଙ୍କୁ ତିନି ଥର ପରାସ୍ତ କରିଛି। ଯେଉଁଥିରେ ୨୦୨୫ ଏସିଆ କପ୍ ଫାଇନାଲ ମଧ୍ୟ ସାମିଲ ଅଛି। ତେବେ ବିଶ୍ୱକପରେ କେବଳ ଥରେ ମାତ୍ର ପଡ଼ୋଶୀ ଦଳଠାରୁ ପରାସ୍ତ ହୋଇଛି।

 

Leave A Reply

Your email address will not be published.