ମୁମ୍ବାଇ: ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି । ଏହା ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି । ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କ ଦିନସାରା ପଚରାଉଚୁରା କରିଥିଲା । ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟକୁ ଦୁଇ ଦୁଇ ଥର ଇଡି ସମନ କରିଥିଲା । ହେଲେ ସଞ୍ଜୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ତେଣୁ ଇଡି ତାଙ୍କ ବାସଭବନକୁ ଯାଇ ଜେରା କରିଥିଲା । ପରେ ସଂଧ୍ୟାରେ ତାଙ୍କୁ ଇଡି ଅଫିସକୁ ଆଣି ଜେରା କରୁଥିଲା ।
Sanjay Raut arrested, claims his brother Sunil
Read @ANI Story | https://t.co/dx2h83pXxf#SanjayRaut #ED #Shivsena #MoneyLaundering pic.twitter.com/qTN4J7P7Uf
— ANI Digital (@ani_digital) July 31, 2022
ତେବେ ମଧ୍ୟ ରାତ୍ରିରେ ତାଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଭାଇ ସୁନିଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଗିରଫ ପୂର୍ବରୁ ଇଡି ଦୁଇଥର ସଞ୍ଜୟଙ୍କୁ ପଚରାଉଚରା ପାଇଁ ଡକାଇଥିଲେ ବି ରାଉତ ଥରେ ବି ହାଜର ହୋଇନଥିଲେ। ଏହାକୁ ଦେଖି ଇଡି ଅଧିକାରୀମାନେ ରବିବାର ସକାଳ ପ୍ରାୟ ୭ଟାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ।
ଇଡି ଅଧିକାରୀ ପହଞ୍ଚିବା ସଞ୍ଜୟ ଟୁଇଟ କରିଥିଲଲେ କୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।
आप ऊस व्यक्ती को नहीं हरा सकते..
जो कभी हार नहीं मानता!
झुकेंगे नही!
जय महाराष्ट्र pic.twitter.com/lp7VXzqtmj— Sanjay Raut (@rautsanjay61) July 31, 2022
Comments are closed.